ମୁଣ୍ଡଳୀରେ ଜଳପ୍ରବାହ ସ୍ଥିର, ତଥାପି ବିପଦ ସଙ୍କେତ ଉପରେ ବନ୍ୟାଜଳ
17/08/2022 at 8:16 AM

କଟକ ୧୭।୦୮: ମୁଣ୍ଡଳୀରେ ମହାନଦୀର ଜଳ ପ୍ରଵାହ ସ୍ଥିର ରହିଛି । ଏବେ ସେକେଣ୍ଡ ପ୍ରତି ମହାନଦୀରେ ୧୨ଲକ୍ଷ ୧ହଜାର ୪୨୬ ଘନଫୁଟ ଜଳ ପ୍ରଵାହିତ ହେଉଛି । ରାତି ୧୦ଟାରୁ ସ୍ଥିର ରହିଛି ଜଳସ୍ତର । ସେହିପରି ଆଜିଵି ମୁଣ୍ଡଳୀ ନିକଟରେ ମହାନଦୀ ଵିପଦ ସଙ୍କେତ ଉପରେ ରହିଛି । ମୁଣ୍ଡଳୀରେ ଵିପଦ ସଙ୍କେତ ୯୭ଫୁଟ ରହିଥିବା ବେଳେ ଜଳସ୍ଥର ରହିଛି ୯୭.୮୦ ଫୁଟରେ ପ୍ରବାହିତ ହେଉଛି ।
ସେହିପରି କଟକ ନରାଜ ନିକଟରେ ସକାଳ ଛଅଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୭୯୩ ଘନ ଫୁଟ ଜଳ ପ୍ରବାହିତ ହେଉଛି। ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୫୫ ମିଟର ଥିବା ବେଳେ ତଳମୁଣ୍ଡର ଜଳସ୍ତର ୨୫.୦୫ ମିଟର ରହିଛି।
Related Posts
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023