ଫୁଲୁଛି ମହାନଦୀ, ମୁଣ୍ଡଳୀରେ ବିପଦ ସଙ୍କେତ ଟପିଲା ଜଳସ୍ତର
16/08/2022 at 10:40 AM

କଟକ ୧୬।୦୮: ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର । ବିପଦ ସଙ୍କେତ ୯୭.୨୫ ଫୁଟ ଥିବା ବେଳେ ବର୍ତ୍ତମାନ ୯୭.୩୦ ଫୁଟ ଉପରେ ରହିଛି ଜଳସ୍ତର । ମୁଣ୍ଡଳୀ ନିକଟରେ ୧୧ ଲକ୍ଷ ୬୦ ହଜାର ୯୦୦ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।
ସୂଚନାଯୋଗ୍ୟ ଯେ, ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଛି । ଯାହାଫଳରେ ହୀରାକୁଦରୁ ପ୍ରଥମେ ୩୪ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହାରାକୁଦରେ ଜଳସ୍ତର ୬୨୫.୦୪ଫୁଟ ରହିଛି । ଏବେ ହୀରୀକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ଲକ୍ଷ ୩୪ ହଜାର ୦୦୮ ଘନ ଫୁଟ ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023
ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି
3 February 2023