ମୁଣ୍ଡଳୀରେ ବଢୁଛି ଜଳସ୍ତର, ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ୍ ଜଳ ପ୍ରବାହିତ
18/08/2022 at 12:56 PM

କଟକ ୧୮।୦୮: କମିବା ପରେ ପୁଣି ଥରେ ମୁଣ୍ଡଳୀରେ ବଢୁଛି ଜଳସ୍ତର । ଗୁରୁବାର ସକାଳ ସମୟରେ ମୁଣ୍ଡଳୀରେ ଜଳସ୍ତର କମିବାରେ ଲାଗିଥିଲା । କିନ୍ତୁ ଏବେ ପୁଣି ଜଳସ୍ତର ବଢିବାରେ ଲାଗିଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ମୁଣ୍ଡଳୀରେ ଜଳସ୍ତର ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବ୍ରିଜ୍ର ଉପରମୁଣ୍ଡରେ ଜଳସ୍ତର ୯୫.୪୦ ଫୁଟ ରହିଥିବା ବେଳେ ତଳ ମୁଣ୍ଡରେ ୯୩.୨୦ ଫୁଟ ଜଳସ୍ତର ରହିଛି ।
ସୂଚନାଯୋଗ୍ୟ ଯେ, ହୀରକୁଦରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଯାହାକି ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ । ଏହାପରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ମହାନଦୀରେ ପାଣି ବଢିଲେ ତଳିଆ ଅଞ୍ଚଳରେ ଅଧିକ ବନ୍ୟାଜଳ ପଶିବ ବୋଲି ସନ୍ଦେହ କରାଯାଉଛି ।
Related Posts
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023