suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ମୁମ୍ବାଇର ଅନାମଧେୟ ଅଭିନେତ୍ରୀ

7/03/2023 at 8:50 PM

ଭୁବନେଶ୍ବର: ଓଡ଼ିଶାରେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଲେ ମୁମ୍ବାଇର ଅନାମ ଧେୟ ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ହୋଲି ଅବସରରେ ଓଡ଼ିଶା ଆସିଥିବାବେଳେ ସାମ୍ବାଦିକମାନଙ୍କୁ ଦେଖାଇଥିଲେ ଖରାପ ବ୍ୟବହାର । ନାଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ନାଁ ସମୟ । ବିମାନ ବନ୍ଦରରେ ଓହ୍ଲାଉ ଓହ୍ଲାଉ ସାମ୍ନାଦିକଙ୍କ ବୁମକୁ ଦେଖି ପଛ କରି ପଳାଇଥିଲେ ।

ହୋଟେଲ ହେଉ କି ବିମାନ ବନ୍ଦର । ସବୁଠି ତାଙ୍କର ଅଭଦ୍ରାମୀ ଏବେ ପଦାରେ ପଡ଼ିଛି । ସେଠି କେହି ପଚାରୁ ନାହାନ୍ତି ଏଠି କିନ୍ତୁ ନିଜକୁ ଷ୍ଟାର ବୋଲାଉଛନ୍ତି । ଏଭଳି ବ୍ୟବହାର ଯେ ତାଙ୍କୁ ଡାକୁଥିବା ପ୍ରାୟୋଜକ ବି ଶେଷରେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଦେଇ ବି ସେହି ଅଭିନେତ୍ରୀଙ୍କ ଆଗରେ ନିଜ ଓଜନ ହରାଇ ବସୁଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଅଭଦ୍ରୋଚିତ ବ୍ୟବାହରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯିଏ ବି ଦେଖୁଛି ସିଏ ଏହିମାନଙ୍କୁ ଆଣୁଥିବା ଲୋକଙ୍କ ସହ ସେହି ଅଭିନେତ୍ରୀଙ୍କୁ ବି ଛି ଛା କରୁଛନ୍ତି ।

କିନ୍ତୁ ପୂର୍ବରୁ ବଲିଉଡ଼ର ଯେତେ ସବୁ ଷ୍ଟାରମାନେ ଆସିଛନ୍ତି ଓଡ଼ିଶାଲୋକ ସେମାନଙ୍କୁ ଖୁବ୍ ଆଦର ସମ୍ମାନ ଦେଇଛନ୍ତି । କାରଣ ସେମାନେ ବି ସେମାନଙ୍କ ଆଚାର ବ୍ୟବହାରରେ ଆମ ଓଡ଼ିଶା ଲୋକଙ୍କ ହୃଦୟ ଜିଣିଛନ୍ତି । ଆଉ ସାମ୍ବିଦିକମାନଙ୍କୁ ବହୁ ସମ୍ମାନ ସହଯୋଗ କରିଛନ୍ତି । ଯେଉଁଥିପାଇଁ ଓଡ଼ିଶା ମିଡ଼ିଆରେ ବି ସେମାନେ ଅନେକ ସମୟରେ ଖବରର ଶିରୋନାମା ପାଲଟିଛନ୍ତି । ଆଉ ଆମ ଓଡ଼ିଶାର ସେଲିବ୍ରେଟିଙ୍କୁ ବି ସେମାନେ ଖୁବ୍ ଆଦର ସମ୍ମାନ କରିଛନ୍ତି । ଓଡ଼ିଶାର ଖାଦ୍ୟ ପାଣି ପବନ ସଂସ୍କୃତି ଓ ପରମ୍ପରା କୁ ବି ସେମାନେ ଖୁବ ଭଲ ପାଇଛନ୍ତି । ଆଉ ପ୍ରଶଂସା ବି କରିଛନ୍ତି । ସେଇଥିପାଇଁ ସେମାନେ ଓଡ଼ିଆଙ୍କର ପ୍ରିୟ ହୋଇ ରହିଛନ୍ତି । ଏମାନଙ୍କୁ ବେଶି ଚର୍ଚ୍ଚା କରାଇଛନ୍ତି ଆମର ଏହି ଓଡ଼ିଶାର ସାମ୍ବାଦିକମାନେ । ସେମାନେ ବି ଆମ ସାମ୍ବାଦିକମାନଙ୍କୁ ବହୁ ସମୟ ଦିଅନ୍ତି ।

   Related Posts