ଇତିହାସ ପାଲଟିବ କଳା-ହଳଦିଆ ଟ୍ୟାକ୍ସି, ମୁମ୍ବାଇ ରାଜରାସ୍ତାରୁ ହେଲା ଉଭାନ

Published By : Prameya-News7 Bureau | November 02, 2023 IST

ମୁମ୍ୱାଇ ୦୨/୧୧: ମାୟା ନଗରୀ ମୁମ୍ୱାଇ । ବାଣିଜ୍ୟିକ ସିଟି । ଅନେକଙ୍କ ରୋଜଗାରର ପନ୍ଥା । ଗହଳି ପୂର୍ଣ୍ଣ ଏହି ସହରରେ ଲୋକ ସଂଖ୍ୟା ବି କମ୍ ନୁହେଁ । ପ୍ରତିଦିନ ଯାତାୟତ କରନ୍ତି ଅନେକ । ପିଲାଠୁ ବୁଢା ସବୁ ଏଠି ବିଜି । ଆଉ ଏମାନଙ୍କ ଯାତାୟତର ମାଧ୍ୟମ ବି ଢେର୍ । ହେଲେ ନା ପଡିଲେ ହଠାତ୍ ପାଟିକୁ ଆସେ ଟ୍ୟାକ୍ସି । ବିଶେଷକରି ନଜର ଆସେ ସେହି ପ୍ରିୟ ହଳଦିଆ ଓ କଳାରଙ୍ଗର ଟ୍ୟାକ୍ସି । ଯାହାର ନାଁ ପଦ୍ନିନୀ । ହେଲେ ଏବେ ଏହା ପାଲଟିଛି ଇତିହାସ । ମୁମ୍ୱାଇ ରାଜରାସ୍ତାରୁ ହଟିଛି ଏହି ବହୁ ପୁରୁଣା ଗାଡି । ନଭେମ୍ୱରରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ କରି ଦିଆଯାଇଛି ବନ୍ଦ୍ ।

wp:html /wp:html

ଦୀର୍ଘ ୬ ଦଶକର ଯାତ୍ରା । ପ୍ରିମିୟର ପଦ୍ମିନୀ କାରକୁ ନେଇ ୧୯୬୪ରେ ଆରମ୍ଭ ହୋଇଥିଲା  ମୁମ୍ବାଇ ଟ୍ୟାକ୍ସି ସେବା । ଏହାର ମଡେଲ ଥିଲା ଫିଆଟ ୧୧୦୦ ଡିଲାଇଟ । ପରେ ଏହା ପ୍ରିମିୟର ପ୍ରେସିଡେଣ୍ଟ ଓ ୧୯୭୦ରେ ରାଣୀ ପଦ୍ମିନୀଙ୍କ ନାଁ ଅନୁସାରେ ନାମିତ ହୋଇଥିଲା ପ୍ରିମିୟର ପଦ୍ମିନୀ । ନବେ ଦଶକରେ ମୁମ୍ବାଇ ରାଜରାସ୍ତାରେ ରାଜ୍ କରୁଥିଲେ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି । ହେଲେ ୨୫ବର୍ଷରୁ ଅଧିକ ପୁରୁଣା କାର ଚାଲିପାରିବ ନାହିଁ ଲଗୁ ହୋଇଥିଲା ନିୟମ । ଆଉ ୨୦୦୮ରେ ମହାରାଷ୍ଟ୍ର ସରକାର ଲଗାଇଥିଲେ କଟକଣା । ପରେ ୨୦୧୩ରେ ଏହାକୁ ୨୦ ବର୍ଷକୁ କମାଇ ଦିଆଯାଇଥିଲା ।

ନବେ ଦଶକରେ ମୁମ୍ବାଇରେ ଚଳାଚଳ କରୁଥିଲା ୬୩ ହଜାରରୁ ଅଧିକ । ଧୀରେ ଧୀରେ ଏହା ଖସିଆସିଥିଲା ୪୦ ହଜାରକୁ । ବହୁ ଚର୍ଚ୍ଚିତ ଏହି କଳା-ହଳଦିଆ ରଙ୍ଗର ଟ୍ୟାକ୍ସିକୁ ସନ୍ତକ ରୂପେ ରଖିବାକୁ ଚେଷ୍ଟା କରିଥିଲା ମୁମ୍ବାଇ ଟ୍ୟାକ୍ସିମେନ ୟୁନିୟନ । ଗୋଟିଏ ଟ୍ୟାକ୍ସିକୁ ସଂରକ୍ଷିତ ରଖିବା ଲାଗି ପୂର୍ବରୁ ଆବେଦନ କରିଥିଲା ସଂଘ । ହେଲେ ସମସ୍ତଙ୍କ ସ୍ୱପ୍ନକୁ ଭାଙ୍ଗିଦେଇଥିଲେ କୋର୍ଟ । ଅଗ୍ରାହ୍ୟ ହୋଇଯାଇଥିଲା ଆବେଦନ । ଫଳରେ ମୁମ୍ବାଇ ରାଜରାସ୍ତାରୁ ସବୁଦିନ ପାଇଁ ହଟିଯାଇଛି ଏହି କାର ।

you can also read....

wp:embed {"url":"https://www.prameyanews7.com/farooq-abdullah-daughter-sara-abdullah-sachin-pilot-love-story/","type":"wp-embed","providerNameSlug":"prameya-news-7"}
https://www.prameyanews7.com/farooq-abdullah-daughter-sara-abdullah-sachin-pilot-love-story/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.