ଚାଲୁଥିଲା ଟ୍ରେନ୍, ଉଠିବାକୁ ଚେଷ୍ଟା କରୁଥିଲେ ମହିଳା: ହେଲେ ହଠାତ୍ ଟ୍ରାକରେ ଖସିପଡିଲେ, ତାପରେ କଣ ହେଲା ଦେଖନ୍ତୁ…
20/09/2021 at 12:00 PM

ମୁମ୍ବାଇ ୨୦/୦୯: ମୁମ୍ୱାଇର ଭାସାଇ ରୋଡ ଷ୍ଟେସନ ଯାତ୍ରୀଙ୍କ ସତର୍କତା ଯୋଗୁଁ ଜଣେ ରକ୍ଷା ହୋଇଯାଇଛି ଜଣେ ମହିଳାଙ୍କ ଜୀବନ । ସୂଚନା ଥାଉକି, ରବିବାର ଦିନ ଜଣେ ମହିଳା ଭାସାଇ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ତାଙ୍କ ପାଦ ଖସି ଯାଇଥିଲା । ମହିଳା ଜଣକ ପ୍ଲାଟଫର୍ମ ଏବଂ ଟ୍ରେନ୍ ମଧ୍ୟରେ ଅଟକି ଯାଇଥିଲେ ।
#WATCH | Maharashtra: Passengers saved a woman from falling under a moving train at Vasai Road Railway Station, yesterday.
— ANI (@ANI) September 19, 2021
(Source: CCTV at the railway station) pic.twitter.com/SBvmCWWAeU
ଏମିତିକି ମହିଳା ଜଣଙ୍କ ବହୁତ ଆଘାତ ମଧ୍ୟ ପାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ସାହାଯ୍ୟ ପାଇଁ ଦୌଡିଯାଇ ମହିଳାଙ୍କୁ ଟାଣି ନେଇଥିଲେ । ଆଉ ଅଳ୍ପକେ ବର୍ତ୍ତିଯାଇଥିଲା ଜୀବନ । ଏହି ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଟ୍ରେନରେ ଚଢିବା ସମୟରେ ମହିଳା ଜଣକ ଭାରସାମ୍ୟ ହରାଇ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ ।
ମହିଳା ଚଳନ୍ତା ଟ୍ରେନ୍ ଏବଂ ଟ୍ରାକ୍ ମଧ୍ୟରେ ଅଟକି ଯାଇଥିଲେ । ସଙ୍ଗେ ସଙ୍ଗେ ଟ୍ରେନ୍ ଅଟକି ଗଲା ଏବଂ ମହିଳାଙ୍କୁ ଘଉଡାଇବା ପାଇଁ ଜନତା ଦୌଡ଼ିବାକୁ ଲାଗିଲେ । ଲୋକଙ୍କ ସତର୍କତା ଏବଂ ତତ୍ପରତା ହେତୁ ମହିଳାଙ୍କ ଜୀବନ ରକ୍ଷା ହୋଇପାରିବ । ଏହି କାରଣରୁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଥିଲା ।