Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସାଇବର ଠକେଇର ଶିକାର ୪୦ ବର୍ଷିୟା ମହିଳା, ଥରକେ ଲୁଟି ନେଲେ ୭ଲକ୍ଷ ଟଙ୍କା…

15/03/2023 at 1:46 PM

ମୁମ୍ବାଇ ୧୫।୦୩; ବଢିବାରେ ଲାଗିଛି ସାଇବର ଠକେଇ । ଏହାକୁ ରୋକିବାକୁ ଅନେକ ସଚେତନ କରାଯାଉଥିବା ବେଳେ ସ୍କାମର ମାନେ ମଧ୍ୟ ଆପଣାଉଛନ୍ତି ନୂଆନୂଆ ପଦ୍ଧତି । ନିକଟରେ ଏକ ଅନଲାଇନ୍ ଠକେଇ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ଜଣେ ମହିଳା ୭ ଲକ୍ଷ ଟଙ୍କା ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । 

ଖବର ଅନୁଯାୟୀ, ମୁମ୍ବାଇର ଜଣେ ୪୦ ବର୍ଷିୟ ମହିଳା ଅଦୃଶ୍ୟ ଠକଙ୍କ ଶିକାର ହୋଇଛନ୍ତି । ମହିଳାଙ୍କ ପାଖକୁ ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ନିଜକୁ ବ୍ୟାଙ୍କ କର୍ମଚାରୀ କହି ପରିଚୟ ଦେଇଥିଲେ । ଏଥିସହିତ ବ୍ୟକ୍ତି ଜଣକ କ୍ରେଡିଡ୍ କାର୍ଡ ଏବଂ ମାଗଣାରେ ଆଣ୍ଡ୍ରଏଡ୍ ଫୋନ୍ ନେବା ପାଇଁ ଅଫର ଦେଇଥିଲେ । କ୍ରେଟିଡ୍ କାର୍ଡ ଆକ୍ଟିଭେଟ୍ କେବଳ ଆଣ୍ଟ୍ରୋଏଡ୍ ଫୋନରେ ହୋଇପାରିବ । ମହିଳା ସୌରଭଙ୍କ କଥାରେ ରାଜି ହୋଇ ନିଜ ବ୍ୟକ୍ତିଗତ ତଥ୍ୟ ସେୟାର କରିଥିଲେ ।  ଏହାପରେ ମହିଳାଙ୍କ ଠିକଣାରେ ଗୋଟିଏ ଫୋନ୍ ପହଞ୍ଚିଥିଲା ।

ଫୋନ୍ ପହଞ୍ଚିବା ପରେ ମହିଳା ଜଣକ ନିଜର ଆଇଫୋନରୁ ସିମ୍ କାର୍ଡ ବାହାର କରି ଆଣ୍ଡ୍ରୋଏଡ୍ ଫୋନରେ ଲଗଇନ୍ କରିଥିଲେ । କ୍ରେଡିଟ୍ କାର୍ଡ ପ୍ରୋସେସିଙ୍ଗ୍ ପାଇଁ ସ୍କାମର ଯାହା କହିଥିଲେ ତାକୁ ଅନୁସରଣ କରିଥିଲେ । ମହିଳା ଜଣକ ମୋବାଇଲ ଆକ୍ଟିଭ୍ କରିବା ମାତ୍ରେ ହିଁ ତାଙ୍କ ପାଖକୁ ଆସିଥିଲା ୭ ଲକ୍ଷ ଟଙ୍କାର ବିଲ୍ । ଏହି ଟ୍ରାଞ୍ଜାକସନ୍ ବାଙ୍ଗାଲୁରୁର ଏକ ଗହଣା ଦୋକାନରୁ ହୋଇଥିଲା ।  ମେସେଜ୍ ଆସିବା ପରେ ହିଁ ଠାକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ବ୍ୟାଙ୍କ ବନ୍ଦ ହେବା କାରଣରୁ ଟ୍ରାଞ୍ଜାକସନର ଭେରିଫାଏ ହୋଇପାରିନଥିଲା । ଏହି ଘଟଣାରେ ପୋଲିସ ଯାଞ୍ଚ କରୁଛି ।

   Related Posts