୨୦୫୦ ସୁଦ୍ଧା ବୁଡ଼ିଯିବ ମୁମ୍ବାଇ : ଜାଣନ୍ତୁ କାରଣ

Published By : Prameya-News7 Bureau | October 30, 2019 IST

ମୁମ୍ବାଇ ୩୦/୧୦: ଆମେରିକାର ନ୍ୟୁଜର୍ସିରୁ ପ୍ରକାଶିତ ମାଗାଜିନ୍‌ ‘ନେଚର କମ୍ୟୁନିକେସନ’ର ସାଂଘାତିକ ତଥ୍ୟ । ୨୦୫୦ସୁଦ୍ଧା ପାଣିରେ ବୁଡ଼ିଯିବ ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇ । କେବଳ ମୁମ୍ବାଇ ନୁହେଁ ଭିଏତନାମର ହିଚିମିନ୍‌ ସିଟି ଓ ଚାଇନାର ସାଂଘାଇ ସହର ମଧ୍ୟ ଅଥଳ ଜଳରାଶିରେ ବୁଡ଼ିଯିବ । ଏହାସହ ଅନେକ ଦ୍ବୀପ ମଧ୍ୟ ନିଶ୍ଚିହ୍ନ ହୋଇଯିବ । ବିଶ୍ବ ଜଳବାୟୁ ପରିବର୍ତ୍ତନ ,ଗ୍ଲୋବାଲ ୱାର୍ମି ଏବଂ  ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧିର ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିବାକୁ ଯାଉଛି । ଏପରକି ସାରା ବିଶ୍ବର ୧୫୦ ମିଲିୟନ୍‌ ଲୋକେ ବାସ କରୁଥିବା ସ୍ଥାନ ଏହି କିଛି ଦିନ ମଧ୍ୟରେ ଉଚ୍ଚ ଜୁଆର ଦ୍ବାରା ପ୍ରଭାବିତ ହେବା ନେଇ ଆକଳନ କରାଯାଇଛଇ ।  ଯାହାକି ସାରା ବିଶ୍ବ ପାଇଁ ଚିନ୍ତା ବଢାଇଦେଇଛି ….

{"id":177024}

ସମୁଦ୍ରର ଅଥଳ ଜଳରାଶିରେ ଲୀନ ହେବାକୁ ଯାଉଛି ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇ । ସେ ସମୟ ଆଉ ବେଶିଦିନ ନୁହେଁ । ୨୦୫୦ସୁଦ୍ଧା ଏଭଳି ଜଳ ପ୍ରଳୟ ଦେଖାଦେବ ।  ଏକଥା ଆମେ କହୁନୁ ଆମେରିକା ନ୍ୟୁଜର୍ସିରୁ ପ୍ରକାଶିତ ନେଚର କମ୍ୟୁନିକେସନ’ ମାଗାଜିନରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ଗ୍ଲୋବାଲ ୱାର୍ମିଂର ପ୍ରଭାବ, କ୍ରମାଗତ ଗ୍ସାସିୟର ତରଳିବା, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି, ଯୋଗୁଁ ସମୁଦ୍ରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକି ମୁମ୍ବାଇ ପାଇଁ ଏଭଳି ବିପଦ ଟାଣି ଆଣିବ । ତେବେ କେବଳ ମୁମ୍ବାଇ ନୁହେଁ ମୁମ୍ବାଇ ଠାରୁ ହାୱାଇ ମଧ୍ୟରେ ଆସୁଥିବା ବିଭିନ୍ନ ଦେଶର ଦୀପପୁଞ୍ଜ ବୁଡିଯିବାର ଆଶଙ୍କା ଦେଖାଦେଇଛି ।

{"id":177026}

 ସେହିପରି ଭିଏତନାମ୍‌ରେ ପ୍ରାୟ ୨ କୋଟି ଲୋକ  ଏହି ଜଳ ପ୍ରଳୟର ସାମ୍ନା କରିବାକୁ ଯାଉଛନ୍ତି । ଭିଏତନାମର ଅର୍ଥନୀତିର କେନ୍ଦ୍ର ହୋଚିମିନ୍‌ ସିଟି ମଧ୍ୟ ଆଗାମୀ ୩୦ ବର୍ଷ ମଧ୍ୟରେ ବୁଡିଯିବାର ପୂର୍ବାନୁମାନ କରାଯାଇଛି ନେଚର କମ୍ୟୁନିକେସନ୍‌ ମାଗାଜିନ୍‌ ।  ଖାଲି ମୁମ୍ବାଇ କିମ୍ବା ହୋଚିମିନ୍‌ ସିଟି ନୁହେଁ ଚୀନର ବାଣିଜ୍ୟିକ ରାଜଧାନୀ ସାଂଘାଇ ଓ ଏହାର ଆଖପାଖ ଅଞ୍ଚଳ ମଧ୍ୟ ବୁଡିଯିବାର ଆଶଙ୍କା ଦେଖାଦେଇଛି । ଗବେଷଣା ଅନୁଯାୟୀ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଅଞ୍ଚଳରେ ସହରାଞ୍ଚଳ ସ୍ଥାପନ କରାଯିବା ଜରୁରୀ ହୋଇପଡିଛି । ଉପକୂଳବର୍ତ୍ତୀ ସହର ଗୁଡିକ ଦୃଢ ସମୁଦ୍ର ପ୍ରାଚୀର ଓ ସହ ଜିଓ ଟ୍ୟୁବ୍‌ ବ୍ୟବସ୍ଥା କରା ନଗଲେ ଏଭଳି ବିପର୍ଯ୍ୟୟ ଯେ ଅଧିକ ବାକି ନାହିଂ ତାହା ଜଳଜଳ ଦେଖାଯାଉଛି ।

{"id":177027}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.