oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ନୂଆବର୍ଷରେ ମୁମ୍ବାଇକୁ ମିଳିବ ପରିବହନର ନୂଆ ବ୍ୟବସ୍ଥା, ନବୀ ମୁମ୍ବାଇକୁ ଦକ୍ଷିଣ ସହର ସହ ସଂଯୁକ୍ତ କରିବ ୱାଟର ଟ୍ୟାକ୍ସି

24/12/2021 at 9:58 PM

ମୁମ୍ବାଇ ୨୪।୧୨: ଆର୍ଥିକ ରାଜଧାନୀ ମୁମ୍ବାଇକୁ ନୂଆବର୍ଷରେ ପରିବହନର ନୂଆ ସାଧନ ମିଳିପାରେ। ଆସୁଥିବା ମିଡିଆ ରିପୋର୍ଟକୁ ଦେଖିଲେ ଯାତାୟାତ ନିମନ୍ତେ ସହର ନୂଆ ମାଧ୍ୟମ ପାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି। ଏଣୁ ଜାନୁୟାରୀ ୨୦୨୨ରେ ମୁମ୍ବାଇ ମହାନଗରରେ ୱାଟର ଟ୍ୟାକ୍ସି ଚାଲିପାରେ ବୋଲି ଅନୁମାନ କରାଯାଉଛି। ଏଥିଲାଗି ସରକାର ରୁଟ୍ ମ୍ୟାପିଂ କରିବା ସହ ମାର୍ଗ ଆବଣ୍ଟନ ମଧ୍ୟ କରିସାରିଲେଣି।

ସରକାରଙ୍କ ରୁଟ ଆଲଟମେଣ୍ଟରେ ଏଲିଫାଣ୍ଟାକୁ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲ, ରିଭାସକୁ ଡୋମେଷ୍ଟିକ କ୍ରୁଜ ଟର୍ମିନାଲ ଆବଣ୍ଟିତ କରାଯାଇଛି। ଏହା ବ୍ୟତୀତ ଧରମତାର,କରନ୍ଦଜେ, ଡେମେଷ୍ଟିକ କ୍ରୁଜ ଟର୍ମିନାଲରୁ ବେଲାପୁର, ନେରୁଲ, ଏରୋଲୀ, ଭାସୀ,ଖଣ୍ଡେରୀ ଆଇଲେଣ୍ଡସ ଓ ଜବାହାରଲାଲ ନେହରୁ ପୋର୍ଟ (ଜେଏନପିଟି) ମଧ୍ୟ ରୁଟ୍ ଲିଷ୍ଟରେ ରହିଛି। ତେବେ ଡିସିଟିରୁ ଜେଏନପିଟି ସବୁଠୁ ଚାହିଦା ଥିବା ଜଳମାର୍ଗ ହେବ ବୋଲି ଆକଳନ କରାଯାଉଛି।

ମୁମ୍ବାଇରେ ୱାଟର ଟ୍ୟାକ୍ସି ବିଶେଷ କରି ହାର୍ବର ଲାଇନରେ ଯାତ୍ରୀଙ୍କ ଲୋଡ ହ୍ରାସ କରିବଆ ଏହି ନୂଆ ପରିବହନ ସେବାର ମୁଖ୍ୟ ଉଦ୍ଦେଶ୍ୟ।  କାରଣ ବର୍ତ୍ତମାନ ସମୟରେ ମୁମ୍ବାଇ ଓ ନବି ମୁମ୍ବାଇ ମଧ୍ୟରେ ସଡକ ଓ ରେଳ ମାର୍ଗ ବ୍ୟତୀତ ପରିବହନର ଅନ୍ୟ  କୌଣସି ବିକଳ୍ପ ନାହିଁ।  ରିପୋର୍ଟରୁ ମିଳୁଥିବା ସୂଚନାରେ ୱାଟର ଟ୍ୟାକ୍ସି ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଜଣ ଅପରେଟର ଯାତ୍ରୀ ସେବା ଯୋଗାଇ ଦେବେ। ଏଥିରେ ଯାତ୍ରୀଭଡା କଥା ପଡିଲେ ଘରୋଇ କ୍ରୁଜ ଟର୍ମିନାଲରୁ ନବି ମୁମ୍ବାଇ ଯାତ୍ରୀ ପିଛା ଭଡା ୧୨ଶହରୁ ୧୫ଶହ ଟଙ୍କା ପଡିପାରେ। ୱାଟର ଟ୍ୟାକ୍ସିଙ୍କୁ ଗୋଟିଏ ଯାତ୍ରା ପୁରା କରିବା ଲାଗି ପାଖାପାଖି ୩୦ ମିନିଟ୍ ସମୟ ଲାଗିବ। ଏଥିରେ ଲୋକଙ୍କୁ ଭିଡ ରାସ୍ତାରେ ୩୦ କିଲୋମିଟର ବାହନ ଯାତ୍ରାରୁ ରିହାତି ମିଳିବ। ଭୀଷଣ ବର୍ଷା କାଳ ବ୍ୟତୀତ ବର୍ଷର ସବୁ ଋତୁରେ ୱାଟର ଟ୍ୟାକ୍ସି ସେବା ଉପଲବ୍ଧ ରହିବ।

   Related Posts