ମୁମ୍ଵାଇ ୧୮।୧୦; ବଲିଉଡ ଅଭିନେତା ସଲମାନ ଖାନ। ବର୍ତ୍ତମାନ ତାଙ୍କ ସୁରକ୍ଷାକୁ ନେଇ ସମସ୍ତେ ଟେନସନରେ ଅଛନ୍ତି। ବାବା ସିଦ୍ଦିକି ହତ୍ୟା ମାମଲା ପରଠାରୁ ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି ପାଇଛି। ତାଙ୍କ ସୁରକ୍ଷା ପାଇଁ ସଲମାନଙ୍କ ଘର ବାହାରେ ଅନେକ ପୋଲିସ ମଧ୍ୟ ଉପସ୍ଥିତ ଅଛି।କିନ୍ତୁ ମଝିରେ ମଝିରେ ସଲମାନଙ୍କ ବିଷୟରେ ଏକ ବଡ ଖବର ଆସୁଛି। ସଲମାନ ପୁଣିଥରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନିକଟତମ ବ୍ୟକ୍ତିଙ୍କଠାରୁ ଧମକ ମିଳିଛି।
A threatening message has been received on the WhatsApp number of Mumbai Traffic Police, in which Rs 5 crore has been demanded from actor Salman Khan. The sender claimed, "Don't take it lightly, if Salman Khan wants to stay alive and wants to end the enmity with Lawrence Bishnoi,…
— ANI (@ANI) October 18, 2024
ସଲମାନ ଖାନଙ୍କ ନାମରେ ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ମେସେଜ କରୁଥିବା ଲୋକ ନିଜକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ନିକଟତର ବୋଲି ବର୍ଣ୍ଣନା କରିଛି। ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟ୍ସଆପ ନମ୍ବରରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି । ଯେଉଁଥିରେ ଲରେନ୍ସ ବିଷ୍ଣୋଇ ସହ ଦୀର୍ଘ ଦିନର ଶତ୍ରୁତାକୁ ଦୂର କରିବା ପାଇଁ ଅଭିନେତା ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ମଗାଯାଇଛି। । ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅପେକ୍ଷା ଆହୁରି ଖରାପ ହେବ'।
ସଲମାନ ଖାନଙ୍କ ସୁରକ୍ଷା ବଢି ଯାଇଛି
ଏହି ଧମକ ସଲମାନଙ୍କୁ ଏମିତି ମିଳିନାହିଁ । ଯେଉଁଥିପାଇଁ ମାହୋଲ ବହୁତ ଗରମ ହୋଇଛି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବାବାଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଖାନ ପରିବାର ମଧ୍ୟ କାହାରିକୁ ଘରକୁ ନ ଆସିବାକୁ ନିବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ସଲମାନଙ୍କୁ ପୁଣି ଥରେ ଧମକ ମିଳିବା ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି।