୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆମେରିକାରେ ଗିରଫ

Published By : Prameya-News7 Bureau | June 20, 2020 IST

ୱାସିଂଟନ ୨୦।୬:  ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ ତହବୁର ରାଣାକୁ ଲସଏଞ୍ଜେଲସ୍‌ ରେ ଗିରଫ କରାଯାଇଛି। ପ୍ରତ୍ୟାର୍ପଣ ଲାଗି ଭାରତର ଅନୁରୋଧ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି।  ୫୯ ବର୍ଷ ବୟସ୍କ ତହବୁର ରାଣା ଗିରଫ ହୋଇ ଆମେରିକୀୟ ଜେଲରେ ବନ୍ଦୀ ଥିଲା। ତେବେ କରୋନା ଭାଇରସ ସଂକ୍ରମିତ ହେବା ଯୋଗୁ ତାକୁ ନିକଟରେ ଜେଲରୁ ମୁକ୍ତ କରିଦିଆଯାଇଥିଲା।

{"id":288832,"sizeSlug":"large"}

ପାକିସ୍ତାନରେ ଜନ୍ମିତ କାନାଡାର ତହବୁର ରାଣା  ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଛି। ସେପଟେ  ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ରାଣା ଆମେରିକୀୟ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲ ଦଣ୍ଡାଦେଶ ପାଇଛି। ତେବେ ଗତ ସପ୍ତାହରେ ଖରାପ ସ୍ୱାସ୍ଥ୍ୟ ଓ କରୋନା ଭାଇରସ ସଂକ୍ରମଣ ଯୋଗୁ ତାକୁ ଜେଲରୁ ମୁକ୍ତ କରିଦିଆଯାଇଥିଲା। ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଲସ୍କର-ଏ-ତୌୟବା ସହ ସମ୍ପୃକ୍ତି ଲାଗି ସିକାଗୋ କୋର୍ଟ ତହବୁର ରାଣାକୁ ଦୋଷୀ ସାବ୍ୟସ୍ତ କରିଥିଲେ।

{"id":288833,"width":576,"height":323,"sizeSlug":"large"}

କେବଳ ପାକିସ୍ତାନ ଆତଙ୍କବାଦ ସଙ୍ଗଠନ ନୁହେଁ ଡେନମାର୍କ ସମ୍ବାଦପତ୍ର କାର୍ଯ୍ୟାଳୟ ଉପରେ ଆତଙ୍କବାଦ ଆକ୍ରମଣରେ ମଧ୍ୟ ତାର ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ଡେନମାର୍କର ଏହି ସମ୍ବାଦପତ୍ର ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍ଗ ଚିତ୍ର ପ୍ରକାଶିତ କରିବା ଯୋଗୁ ଇସ୍ଲାମ ଜଗତର ରୋଷର ଶିକାର ହୋଇଥିଲା। ଏହି ସମ୍ବାଦପତ୍ର କାର୍ଯ୍ୟାଳ ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ରାଣା ସହାୟତା କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.