ମୁମ୍ବାଇର ସମ୍ମାନ ରଖିଲେ ସୂର୍ଯ୍ୟକୁମାର ଯାଦବ, ବେଙ୍ଗାଲୁରୁ ଆଗରେ ୧୫୨ ରନ ଟାର୍ଗେଟ୍

Published By : Prameya-News7 Bureau | April 09, 2022 IST

ମୁମ୍ବାଇ ୦୯।୦୪: ଇନଫର୍ମ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ବ୍ୟାଟିଂ ବଳରେ ସମ୍ମାନ ରଖି ପାରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ମମ୍ବାଇ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି। ସୂର୍ଯ୍ୟକୁମାର ଯାଦବ ୬୮ ରନ କରିବାରୁ ମୁମ୍ବାଇ ଉକ୍ତ ସ୍କୋର କରି ପାରିଛି। ତାଙ୍କ ବ୍ୟତୀତ ଇଶାନ କିଷନ ଏବଂ ରୋହିତ ଶର୍ମା ଉଭୟ ୨୬ ରନ ଲେଖାଏଁ ରନ କରିଛନ୍ତି। ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ ୨୩ ରନ ଦେଇ ୨ଟି ଏବଂ ଓ୍ଵାନିନ୍ଦୁ ହସରଙ୍ଗା ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ସୂର୍ଯ୍ୟକୁମାର ଯାଦବ କ୍ରମାଗତ ଦ୍ଵିତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.