ଗୁରମିତ ସିଂହରୁ ଶେରା, କିପରି ହେଲେ ସଲ୍ଲୁଙ୍କ ବର୍ଡିଗାର୍ଡ ?
29/03/2023 at 9:32 AM

ମୁମ୍ବାଇ ୨୯।୦୩; ଶେରା, ଏ ନାଁ କିଛି ଶୁଣିବା ଭଳି ଲାଗୁଛି ନା । ଏ ହେଉଛନ୍ତି ବଲିଉଡର ମୋଷ୍ଟ ଏଲିଜିବଲ୍ ବ୍ୟାଚଲର ସଲମାନ ଖାନଙ୍କ ବର୍ଡିଗାର୍ଡ । ଭାଇଜାନ ତାଙ୍କୁ ନିଜ ସାନ ଭାଇ ପରି ପାଖରେ ରଖିଥାନ୍ତି । ସଲ୍ଲୁଙ୍କ ପରି ଶେରା ମଧ୍ୟ ଖୁବ୍ ପପୁଲାର । ସେ କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ୨୦ ବର୍ଷ ଧରି ଭାଇଜାନଙ୍କୁ ସୁରକ୍ଷା ଦେଉଥିବା ଶେରା ଲକଜୁରୀ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରନ୍ତି ।

କିନ୍ତୁ ଜାଣିଛନ୍ତି କି ଶେରାର ବାର୍ଷିକ ଇନକମ୍ କେତେ । ସଲ୍ଲୁଙ୍କୁ ସୁରକ୍ଷା ଦେବା ପାଇଁ ସେ ବର୍ଷକୁ ନିଅନ୍ତି ୨ କୋଟି ଟଙ୍କାର ଫି । ଅର୍ଥାତ୍ ମାସକୁ ତାଙ୍କର ଦରମା ହେଉଛି ୧୬ ଲକ୍ଷ ଟଙ୍କା । ଏହାବ୍ୟତୀତ ‘ଟାଇଗର ସିକ୍ୟୁରିଟି’ ନାମକ ଏକ ସୁରକ୍ଷା କମ୍ପାନୀ ଚଳାଇଥାନ୍ତି ଶେରା । ଯାହା ସେଲିବ୍ରିଟିମାନଙ୍କୁ ସୁରକ୍ଷା ଯୋଗାଇଥାଏ ।

ତେବେ କିଏ ଏହି ଶେରା, ଶେରାଙ୍କ ପ୍ରକୃତ ନାଁ ହେଉଛି ଗୁରୁମିତ ସିଂ ଜଲି । ଶିଖ୍ ପରିବାରର ଜନ୍ମିତ ଶେରା ପିଲାଦିନରୁ ହିଁ ବଡି ବିଲ୍ଡିଂ ପ୍ରତି ରହିଥିଲା ଦୁର୍ବଳତା । ୧୯୮୭ରେ ଜୁନିଅର ମିଷ୍ଟର ମୁମ୍ବାଇ ଏବଂ ସେହି ବର୍ଷ ହିଁ ଜୁନିୟର ବର୍ଗରେ ମିଷ୍ଟର ମହାରାଷ୍ଟ୍ର ଭାବରେ ଚୟନ ହୋଇଥିଲେ। ତାଙ୍କ ବାପା ତାଙ୍କୁ ସ୍ନେହରେ ଶେରା ବୋଲି ଡାକୁଥିଲେ ।

1995ରେ ସଲ୍ଲୁଙ୍କ ବିଦେଶ ଗସ୍ତ ପାଇଁ ଶେରାଙ୍କୁ ସୁରକ୍ଷା ଦାୟିତ୍ବ ଦେଇଥିଲେ ସଲମାନଙ୍କ ଭାଇ ସୋହେଲ ଖାନ । ସେହି ଦିନଠାରୁ ହିଁ ଶେରା ସଲ୍ଲୁଙ୍କ ପର୍ସନାଲ୍ ବର୍ଡିଗାର୍ଡ ହୋଇରହିଛନ୍ତି । ଏମିତିକି ସଲମାନ ତାଙ୍କୁ ନିଜର ଜଣେ ପରିବାର ସଦସ୍ୟ ବୋଲି ମାନନ୍ତି ।

ଶେରାଙ୍କ ମତରେ ‘ମାଲିକ୍’ ମୋ ପାଇଁ ସବୁକିଛି । ମୁଁ ତାଙ୍କ ପାଇଁ ମୋ ଜୀବନକୁ ବିପଦରେ ପକାଇପାରେ । ସେ ମୋ ପାଇଁ ଭଗବାନ। । ‘ମୁଁ ସଲମାନ ଭାଇଙ୍କ ପରିବାରର ଏକ ଅଂଶ, ମୁଁ ତାଙ୍କୁ ବହୁତ ଭଲ ପାଏ। ମୁଁ 20 ବର୍ଷ ଧରି ମୋ ଭାଇଙ୍କ ସହ ଅଛି, ସେ ଜଣେ ମହାନ ବ୍ୟକ୍ତି ।