ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ନିର୍ଭୟା : ଅପରେସନ ପରେ ଗୁରୁତର ହୋଇପଡିଥିଲେ ମୁମ୍ବାଇ ଦୁଷ୍କର୍ମ ପୀଡିତା

Published By : Prameya-News7 Bureau | September 11, 2021 IST

ମୁମ୍ବାଇ ୧୧/୦୯ : ମୁମ୍ୱାଇ ସାକିନାକା ଅଞ୍ଚଳରେ ନିର୍ଭୟା କେସର ପୁନରାବୃତ୍ତି । ଜଣେ ୩୨ ବର୍ଷର ମହିଳାକୁ ବଳାତ୍କାର କରାଯିବା ସହ ତାଙ୍କ ବ୍ୟକ୍ତିଗତ ଅଂଶକୁ ଆକ୍ରମଣ କରାଯାଇଥିଲା । ହେଲେ ଏବେ ମୃତ୍ୟୁ ସହ ସଂଗ୍ରାମ କରି କରି ବଳାତ୍କାର ପୀଡିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ।

ସୂଚନା ଅଛି କି, ଘଟଣା ପରେ ପୀଡିତାଙ୍କ ବହୁ ପରିମାଣରେ ରକ୍ତସ୍ରାବ ହୋଇଥିଲା । ଏତେ ମାତ୍ରାରେ ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ମହିଳାଙ୍କୁ ସାକିନାକାରେ ଏକ ଟେମ୍ପୋ ଭିତରେ ଗଣ ବଳାତ୍କାର କରାଯାଇଥିଲା । ପୋଲିସ କଣ୍ଟ୍ରୋଲ ରୁମକୁ ଶୁକ୍ରବାର ଦିନ ଏକ କଲ ଆସିଥିଲା ​​ଯେ ଜଣେ ବ୍ୟକ୍ତି ଖୌରାନୀ ରୋଡରେ ଜଣେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯଇଥିଲା ।

ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତାଙ୍କୁ ବଳାତ୍କାର କରାଯାଇ ତାଙ୍କ ବ୍ୟକ୍ତିଗତ ଅଂଶରେ ଲୁହା ରଡରେ ଆକ୍ରମଣ କରାଯାଇଥିଲା । ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଛି ।

ଅଧିକାରୀ କହିଛନ୍ତି ଯେ ଗାଡି ଭିତରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି । କିଛି ସୁରାକ ପାଇଁ ଜଣେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 307 (ହତ୍ୟା ଉଦ୍ୟମ) ଏବଂ 376 (ବଳାତ୍କାର) ଅନୁଯାୟୀ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.