ସୋଲାପୁରରେ ଜିପ୍-ବସ୍ ଧକ୍କା : ୪ ମୃତ, ୧୦ ଆହତ
21/02/2020 at 12:32 PM

ସୋଲାପୁର ୨୧।୦୨: ମହାରାଷ୍ଟ୍ର ସୋଲାପୁର ଅଞ୍ଚଳରେ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ରାଜ୍ୟ ପରିବହନ ବିଭାଗର ଏକ ବସ୍ ଓ ଜିପ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ଦିନ ସୋଲାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ । ତେବେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକସ୍ଥ ମେଡିକାଲକୁ ପଠାଯାଇଛି । ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଭୀଷଣ ଦୁର୍ଘଟଣା ଘଟିଲା । ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
Related Posts
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023
ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍
31 January 2023