ମୁମ୍ବାଇରେ ବର୍ଷା ଯୋଗୁ ପୁଣି ବିତ୍ପାତ, ନଭି ମୁମ୍ବାଇରେ ଭାସିଗଲେ ୪ ଛାତ୍ରୀ

Published By : Prameya-News7 Bureau | August 03, 2019 IST

ମୁମ୍ବାଇ : ବର୍ଷା ପୁଣିଥରେ ମୁମ୍ବାଇରେ ବିତ୍ପାତ ରଚିଛି। ତେବେ ଏଥର ବର୍ଷା ପ୍ରାଣଘାତି ହୋଇଛି। ନଭି ମୁମ୍ବାଇରେ ପିକ୍ ନିକ୍ କରିବାକୁ ଯାଇଥିବା ଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଭାସିଯାଇଛନ୍ତି। ସୂଚନା ପାଇ ଉଦ୍ଧାରକରୀ ଦଳ ଜଣକର ଶବ ଉଦ୍ଧାର କରିଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ପାଣିପାଗ ବିଭାଗ ରବିବାର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରିକରିଛନ୍ତି।  ଏଣୁ ଲୋକେ ଘରୁ ପଦାକୁ ବାହାରୁନଥିବା ବେଳେ ମୁମ୍ବାଇର ବେଗ ଥମି ଯାଇଛି।

{"id":140424}

ସୂଚନା ଅନୁସାରେ ୭ ଜଣ ଛାତ୍ରୀ ପାଣ୍ଡବକଡା ଫଲକୁ ପିକ୍ ନିକ୍ କରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସେମାନେ ପିକ୍ କରୁଥିବା ସ୍ଥାନକୁ ଅଚାନକ ପାଣି ପଶି ଆସିବାରୁ ସୁଅରେ ୪ ଜଣ ଛାତ୍ରୀ ଭାସିଯାଇଥିଲେ। ସେପଟେ ଭିଷଣ ବର୍ଷାରେ ବିଦ୍ୟୁତ ଆଘାତ ଯୋଗୁ ଠାଣେରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ଷାରେ ପାଣି ଭରିଯିବାରୁ ମୁମ୍ବାଇ ଲୋକାଲ ଟ୍ରେନ ସେବା ବ୍ୟହତ ହୋଇଥିବା ବେଳେ ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି।

{"id":140426}

ତେଣେ ବର୍ଷାରେ ମୁମ୍ବାଇ ବେହାଲ ହୋଇପଡିଛି। ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ବିମାନ ଉଡାଣ ମଧ୍ୟ ବାତିଲ କରାଯାଇଥିବା ଜଣାପଡିଛି। ଜାଗେଶ୍ୱରୀରେ ବର୍ଷା ଯୋଗୁ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ପାଣି ଭରିଯାଇଛି। ଫଳରେ ଜାତୀୟ ରାଜମାର୍ଗ ମଧ୍ୟ ଠପ ହୋଇଯାଇଛି। ସେହିପରି ରାୟଗଡରେ ମୁମ୍ବାଇ-ଗୋଆ ଜାତୀୟ ରାଜମାର୍ଗରେ ଭୂ-ସ୍ଖଳନ ପରେ ଯାନବାହନ ଚଳାଚଳ ଠପ ରହିଛି। ବର୍ଷାରେ ରାସ୍ତାଘାଟ ପାଣିଭରିଯାଇଥିବାରୁ ଠାଣେ ନଗରନିଗମ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.