ଅଭିନେତ୍ରୀ ନିକିତା ଦତ୍ତାଙ୍କ ଠାରୁ ମୋବାଇଲ୍ ଛଡାଇନେବା ମାମଲାରେ ୩ ଗିରଫ

Published By : Prameya-News7 Bureau | December 14, 2021 IST

ମୁମ୍ବାଇ ୧୪/୧୨ : ଅଭିନେତ୍ରୀ ନିକିତା ଦତ୍ତାଙ୍କଠାରୁ ମୋବାଇଲ୍ ଫୋନ୍ ଛଡାଇନେବା ମାମଲାରେ ମୁମ୍ବାଇ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ନିକିତା ସୋସିଆଲ୍ ମିଡିଆରେ ତାଙ୍କ ସହ ଘଟିଥିବା ଦୁର୍ଘଟଣା ବିଷୟରେ କହିଥିଲେ ଏବଂ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

wp:html /wp:html

ନିକିତା କହିଥିଲେ, ଏହି ଘଟଣା ନଭେମ୍ବର ୨୮ ରାତିର। ସେ ବାନ୍ଦ୍ରା ସଡକରେ ରାତି ପ୍ରାୟ ୭:୪୫ ସମୟରେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ପଛରୁ ଦୁଇଜଣ ବାଇକ୍ ଚାଳକ ଆସିଥିଲେ। ସେମାନେ  ଅଭିନେତ୍ରୀଙ୍କ ମୁଣ୍ଡରେ ମାରିଥିଲେ ଯାହାଫଳରେ ତାଙ୍କ ଧ୍ୟାନ ଭଟକି ଯାଇଥିଲା। ଏହାର ଫାଇଦା ଉଠାଇ ଜଣେ ନିକିତାଙ୍କ ହାତରୁ ଫୋନ୍ ଛଡାଇ ନେଇଥିଲେ। ଅଭିନେତ୍ରୀ କିଛି କରିବା ପୂର୍ବରୁ ସେମାନେ ସେଠାରୁ ପଳାଇଯାଇଥିଲେ।

ନିକିତା ଆହୁରି କହିଥିଲେ, ମୁଁ ପୋଲିସ ଷ୍ଟେସନ୍ ଯାଇ ଅଭିଯୋଗ କରିଥିଲି। ଏହି ମେସେଜ୍ ଏଥିପାଇଁ ଲେଖୁଛି ଯେପରିକି ଆପଣ ସମସ୍ତେ ସଜାଗ ରହି ପାରିବେ। ମୁଁ ଆଶା କରୁଛି ଏପରି ଆଉ କାହା ସହିତ ନହେଉ। ପରିଶ୍ରମର ସହ ରେଜଗାର କରିଥିବା ଟଙ୍କାରେ କିଣିଥିବା ଜିନିଷ ଆଉ କାହାର ଭୂଲ୍ ପାଇଁ ଦୂରେଇ ନଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.