ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନୂପୁର ଶର୍ମାଙ୍କୁ ମୁମ୍ବାଇ ପୋଲିସର ସମନ, ଜୁନ ୧୩ରେ ରେକର୍ଡ ହେବ ବୟାନ

12/06/2022 at 2:19 PM

ମୁମ୍ବାଇ ୧୨।୬: ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ମୁମ୍ବାଇ ଭିବଣ୍ଡି ପୋଲିସ ସମନ ଜାରି କରିଛି। ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ କଥିତ ଆପତ୍ତିଜନକ ଟିପ୍ପଣୀ ପ୍ରସଙ୍ଗରେ ସୋମବାର ବୟାନ ରେକର୍ଡ ଲାଗି ତଲବ କରାଯାଇଛି। ଜନୈକ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ବରିଷ୍ଠ ପୋଲିସ ଇନିସପେକ୍ଟର ଚେତନ କାକଡେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ନୂପୁରଙ୍କ ବ୍ୟତୀତ ବିଜେପିରୁ ବହିଷ୍କୃତ ପଦାଧିକାରୀ ନବୀନ କୁମାର ଜିନ୍ଦଲଙ୍କୁ ଠାଣେ ଜିଲ୍ଲା ଭିବଣ୍ଡି ପୋଲିସ ଜୁନ ୧୫ ତାରିଖରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛି।

କାକଡେଙ୍କ ଅନୁସାରେ ମେ ୩୦ ତାରିଖ ଦିନ ରଜା ଏକଡେମୀର ଜନୈକ ପ୍ରତିନିଧି ଅଭିଯୋଗ କରିବା ପରେ ଭିବଣ୍ଡି ପୋଲିସ ଶର୍ମାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ତେବେ ଏହା ପୂର୍ବରୁ ଠାଣେ ମୁମ୍ବ୍ରା ପୋଲିସ ଶର୍ମାଙ୍କୁ ଜୁନ ୨୨ ତାରିଖରେ ବ୍ୟକ୍ତିଗତ ହାଜର ହୋଇ ବୟାନ ରେକର୍ଡ  ଲାଗି ନୋଟିସ କରିଛି। ମୁମ୍ବାଇ ପୋଲିସ ମଧ୍ୟ ଏକ ଟେଲିଭିଜନ ବିତର୍କ କାଳରେ ପୈଗମ୍ବରଙ୍କୁ ନେଇ ତାଙ୍କ ଟିପ୍ପଣୀ ସମ୍ପର୍କରେ ବୟାନ ରେକର୍ଡ କରିବା ପାଇଁ ଜୁନ ୨୫ ତାରିଖରେ ଶର୍ମାଙ୍କୁ ଡକାଇଥିବା ଜଣାପଡିଛି। ଫଳରେ ଶର୍ମାଙ୍କ ବୟାନକୁ ନେଇ ଏବେ ଏକ ବଡ ବିବାଦ  ଉପୁଜିଛି।

ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ଜୁନ ୨୫ ତାରିଖ ଦିନ ପାଇଧୋନୀ ଥାନାରେ ହାଜର ହେବା ପାଇଁ ନୋଟିସ୍ କରିଛି। ମୁମ୍ବାଇ ପୋଲିସର ସମନ ନୂପୁରଙ୍କ ବୟାନର ଯାଞ୍ଚ ଓ ରେକର୍ଡିଂ ସମ୍ପର୍କରେ ବୋଲି କୁହାଯାଇଛି। ଏହା ପୂର୍ବରୁ ପୋଲିସ ତାଙ୍କ ବିରୋଧରେ ରଜା ଏକାଡେମୀର ଅଭିଯୋଗ ଆଧାରରେ ମୋକଦ୍ଦମା ରୁଜୁ କରିଥିଲା। ତେବେ କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ମଧ୍ୟ ନୂପୁର, ନବୀନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଦିଲ୍ଲୀ ପୋଲିସର ଆଇଏଫଏସଓ ଟିମ୍ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଛି।

ଏ ନେଇ ବୁଧବାର ରୁଜୁ ଏଫଆଇଆରରେ ଘୃଣିତ ବାର୍ତ୍ତାରେ ସମୂହଙ୍କୁ ଉସକାଇବା ଓ କ୍ଷତିକାରକ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥିବା ଉଲ୍ଲେଖ ରହିଛି। ପୋଲିସ ଅନୁସାରେ ନୂପୁର ଶର୍ମା, ନବୀନ କୁମାର ଜିନ୍ଦଲ, ଶାଦାବ ଚୌହାନ, ସବା ନକବୀ, ମୌଲାନା ମୁଫ୍ତି ନଦିମ, ଅବଦୁର ରହେମାନ, ଗୁଲଜାର ଅଂସାରୀ, ଅନୀଲ କୁମାର ମିଣା ଓ ପୂଜା ଶକୁନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ତେବେ ଏଥିରେ ନୂପୁର ଶର୍ମାଙ୍କୁ ଏଥିଲାଗି ସୁରକ୍ଷା ଯୋଗାଇ ଦିଆଯାଇଛି ଯେହେତୁ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି।  

   Related Posts