ସିବିଆଇ ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସର ସମନ, ଅକ୍ଟୋବର ୧୪ରେ ହାଜର ହେବାକୁ ନୋଟିସ୍ ଜାରି

Published By : Prameya-News7 Bureau | October 09, 2021 IST

ମୁମ୍ବାଇ ୦୯।୧୦: ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୟସଓ୍ଵାଲଙ୍କୁ ମୁମ୍ବାଇ ପୋଲିସର ସମନ। ଫୋନ ଟ୍ୟାପିଂ ଏବଂ ଡାଟା ଲିକ୍ ସଂପର୍କିତ ଏକ ମାମଲାରେ ସିବିଆଇ ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସର ସାଇବର ସେଲ୍‌ ପକ୍ଷରୁ ଏହି ସମନ ଜାରି କରାଯାଇଛି। ଏହି ସମନ ଇମେଲ୍ ଜରିଆରେ ପଠାଯାଇଛି। ଅକ୍ଟୋବର ୧୪ରେ ହାଜର ହେବାକୁ ସିବିଆଇ ନିର୍ଦ୍ଦେଶକଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ଗୁଇନ୍ଦା  ବିଭାଗର ପୂର୍ବତନ ପ୍ରମୁଖ ରଶ୍ମି ଶୁକ୍ଳା ଟ୍ରାନ୍ସଫର-ପୋଷ୍ଟିଂ ମାମଲାରେ ଗୁଇନ୍ଦା ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯାହା ପରେ ଲିକ୍ ହୋଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ, ପୋଲିସ କର୍ମଚାରୀଙ୍କ ଟ୍ରାନ୍ସଫରରେ ଦୁର୍ନୀତି ହୋଇଛି। ସେହି ସମୟରେ ମହାରାଷ୍ଟ୍ର ଡିଜିପି ଥିଲେ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୟସଓ୍ଵାଲ। ହେଲେ ସାଇବର ସେଲ୍ ଏହାର ଏଫଆଇଆରରେ ରଶ୍ମି ଶୁଳ୍କାଙ୍କ ନାମ ଉଲ୍ଲେଖ କରି ନାହିଁ।

wp:html /wp:html

ଅଭିଯୋଗ ହୋଇଛି ଯେ, ସେହି ସମୟରେ ଅନେକ ବରିଷ୍ଠ ରାଜନେତା ଏବଂ ଅଧିକାରୀଙ୍କ ଫୋନ ଅବୈଧ ଭାବେ ଟ୍ୟାପ୍ କରାଯାଇଥିଲା। ଯାଞ୍ଚ ସମୟରେ ଏହାର ରିପୋର୍ଟ ଲିକ୍ ହୋଇଥିଲା। ମାମଲାରେ ବାନ୍ଦ୍ରା କୁର୍ଲାର ସାଇବର ସେଲ୍ ବିଭାଗ ଅଫିସିଆଲ ସିକ୍ରେଟ୍ ଆକ୍ଟ ଆଧାରରେ ସିବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ କେସ୍ ରୁଜୁ କରିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର କ୍ୟାଡରର ୧୯୮୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁବୋଧ କୁମାର ଜୟସଓ୍ଵାଲ ୨୦୨୧ ମେ ମାସରେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ଏହି ପଦରେ ଦୁଇ ବର୍ଷ ରହିବେ।  ଏହା ପୂର୍ବରୁ ସେ ମହାରାଷ୍ଟ୍ର ପୋଲିସର ମହା ନିର୍ଦ୍ଦେଶକ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.