oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ସୋସିଆଲ୍ ମିଡିଆ ପାଇଁ ବଞ୍ଚିଗଲା ଦୁଇଟି ଜୀବନ, ଟ୍ୱିଟରରେ ପୋଷ୍ଟ କରିଥିଲେ ଆତ୍ମହତ୍ୟା ନିଷ୍ପତ୍ତି

18/02/2021 at 4:35 PM

ମୁମ୍ୱାଇ, ୧୮/୦୨: ମୁମ୍ୱାଇ ପୋଲିସ୍‌ର ସାଇବର କ୍ରାଇମ୍ ଶାଖା ମୃତ୍ୟୁ ପୂର୍ବରୁ ଦୁଇଟି ଜୀବନ ବଞ୍ଚାଇବାରେ ସଫଳ ହୋଇଛି । ସୋସିଆଲ୍ ମିଡିଆରେ ଆତ୍ମହତ୍ୟା ଜନୀତ କିଛି ଭାବନାତ୍ମକ ପୋଷ୍ଟ କରିବାକୁ ନେଇ ପୋଲିସ୍ ଦୁଇଜଣ ବ୍ୟକ୍ତିଙ୍କୁ ଠାବ କରିଛି । ଯାହା ଫଳରେ ଦୁଇଟି ଜୀବନ ବଞ୍ଚି ଯାଇଛି ।

ଘଟଣା ଅନୁସାରେ, ସାଇବର ପୋଲିସ୍‌ର ଟ୍ୱିଟର୍ ନିୟନ୍ତ୍ରଣ ସେଲ୍ ଜଣେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କ ଭାବନାତ୍ମକ ପୋଷ୍ଟକୁ ତର୍ଜମା କରିଥିଲା । ଯିଏକି ଟ୍ୱଟରରେ ତାଙ୍କର ପାଠପଢ଼ାକୁ ନେଇ ମାନସିକ ଅବଷାଦରେ ଥିବା ପ୍ରକାଶ କରିଥିଲେ । ଏଥି ସହିତ ସେ ଆତ୍ମହତ୍ୟା କରିବା ନେଇ ଏଥିରେ ଜଣାଇଥିଲେ । ଏହି ଛାତ୍ରଙ୍କର ଟ୍ୱିଟରକୁ ହ୍ୟାକ୍ କରି ମୁମ୍ୱାଇ ପୋଲିସ୍ ପ୍ରଥମେ ତାଙ୍କର ଠିକଣା ଖୋଜି ପାଇଥିଲା । ଛାତ୍ରଙ୍କ ଘର ମହାରାଷ୍ଟ୍ରର ଅମରାବତୀ ସହରରେ ହୋଇଥିବା ବେଳେ ସେଠାକାର ପୋଲିସ୍‌ ଷ୍ଟେସନ୍‌କୁ ଏନେଇ ସୂଚନା ଦିଆଯାଇଥିଲା । ପୋଲିସ୍‌ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଛାତ୍ରଙ୍କ ପାଖରେ ପହଞ୍ଚିଥିବା ବେଳେ ଉକ୍ତ ଛାତ୍ରକୁ କାଉନ୍ସେଲିଂ ପାଇଁ ପଠାଇଥିବା ଜଣା ପଡ଼ିଛି ।

ସେହିପରି ମୁମ୍ୱାଇ ପୋଲିସ୍‌ ଫେସ୍‌ବୁକ୍‌ର ଏକ ପୋଷ୍ଟକୁ ତର୍ଜମା କରି ଅନ୍ୟଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ମଙ୍ଗଳବାର ରାତିରେ ଏହି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ନେଇ ଭାବନାତ୍ମକ ପୋଷ୍ଟ ସେୟାର କରିଥିଲେ ।  ଏହି ପୋଷ୍ଟକୁ ବ୍ୟବହାର କରି ଟେକ୍ନୋଲୋଜି ସହୟତାରେ ପୋଲିସ୍‌ ବ୍ୟକ୍ତିଙ୍କ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ବାହାର କରିଥିଲା । ସ୍ଥାନୀୟ ପୋଲିସ୍‌ ଷ୍ଟେସନ୍‌କୁ ଜଣାଇବା ପରେ ଏହି ବ୍ୟକ୍ତିଙ୍କୁ ମୁମ୍ୱାଇ ପୋଲିସ୍‌ ବୋରିଭାଲି ଅଞ୍ଚଳରେ ଠାବ କରିଥିଲା । ଯାହାଫଳରେ ଦୁଇଟି ଜୀବନ ବଞ୍ଚି ଯାଇଥିଲା ।       

   Related Posts