ମହାଦେବ ଆପ୍ ଜାଲରେ ଫସିଲା ‘ଡାବର’ ! ନିର୍ଦ୍ଦେଶକଙ୍କ ବିରୋଧରେ ରୁଜୁ ହେଲା ମାମଲା
14/11/2023 at 4:11 PM

ନୂଆଦିଲ୍ଲୀ: ବେଟିଂ ଆପ୍ ଜାଲରେ ପ୍ରଥମେ ବଲିଉଡ ସେଲିବ୍ରିଟି ପରେ ରାଜନେତାଙ୍କ ନାମ ଆସିଥିଲା। ପରେ ଏହି ଜାଲରେ କ୍ରିକେଟ ମ୍ୟାଚ ଫିକ୍ସିଂ କଥା ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ବ୍ୟବସାୟ ଦୁନିଆର ନାଁ ମଧ୍ୟ ଆସିଛି। ଆୟୁର୍ବେଦିକ ଉତ୍ପାଦ ପ୍ରସ୍ତୁତ କରୁଥିବା ଏଫଏମସିଜି କମ୍ପାନି ଡାବର ଗ୍ରୁପ୍ର ଶୀର୍ଷ ଅଧିକାରୀଙ୍କ ନାଁ ଏହି ମାମଲାରେ ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ୍ ଏହି ମାମଲାରେ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି।
ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ୍ ମହାଦେବ ବେଟିଂ ଆପ୍ ମାମଲାରେ ୩୨ ଜଣକ ବିରୋଧରେ ମାମଲାରେ ରୁଜୁ କରିଛି। ଏଥିରେ ଡାବର ଗ୍ରୁପ୍ର ନିର୍ଦ୍ଦେଶକ ଗୌରବ ବର୍ମନ ଏବଂ ଚେୟାରମ୍ୟାନ ମୋହିତ ବର୍ମନଙ୍କ ନାମ ମଧ୍ୟ ସାମିଲ୍ ଅଛି। ଏମାନଙ୍କ ବିରୋଧରେ ଫ୍ରଡ୍ ଏବଂ ଜୁଆ ଖେଳିବାର ଭିନ୍ନ ଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ସେହିଭଳି ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମାଜିକ କର୍ମୀ ପ୍ରକାଶ ବଙ୍କରଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ନଭେମ୍ବର ୭ରେ ଏହି ମାମଲା ରୁଜୁ କରିଛି।
ଆହୁରି ପଢ଼ନ୍ତୁ: ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ ଖୁଲାସା, ବଲିଉଡ ପରେ ଏବେ କ୍ରିକେଟ ମ୍ୟାଚ ଫିକ୍ସିଂରେ ସଂପୃକ୍ତି ସୂଚନା
ଏହି ଏଫଆଇଆରର ୨୬ ନମ୍ବରରେ ‘ଷ୍ଟାଇଲ’ ଫିଲ୍ମର ଅଭିନେତା ସାହିଲ ଖାନ୍ଙ୍କ ନାଁ ରହିଛି। ସାହିଲ ଖାନଙ୍କ ଉପରେ ମହାଦେବ ଆପ୍ର ଅନଲାଇନ ବେଟିଂ ଆପ୍ ସହ ଜଡ଼ିତ ଆଉ ଏକ ଆପ୍ ଚଳାଉଥିଲେ। ଏଫଆଇଆରରେ ସାହିଲ ଖାନ୍ଙ୍କ ଉପରେ ଏହି ଆପ୍କୁ ପ୍ରମୋଟ କରିବା ସହ ସହ ଆପ୍ର ପରିଚାଳନାରେ ସାମିଲ୍ ଏବଂ ସେଥିରୁ ଲାଭ କମାଇବାର ମଧ୍ୟ ଅଭିଯୋଗ ରହିଛି। ଆପ୍ର ଫାଉଣ୍ଡର ଦୁବାଇରେ ହେଉଥିବା ବିବାହରେ ସାମିଲ୍ ଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।