ମୁମ୍ବାଇ ଡାନ୍ସ ବାର ଉପରେ ପୋଲିସ ଚଢଉ, ୧୦ ବାର ଗାର୍ଲ ଉଦ୍ଧାର, ୧୪ ଗ୍ରାହକଙ୍କ ସମେତ ୨୨ ଗିରଫ

Published By : Prameya-News7 Bureau | November 02, 2019 IST

ମୁମ୍ବାଇ :  ଇଷ୍ଟ ମାଲାଡର ଏକ ଡାନ୍ସ ବାର ଉପରେ ମୁମ୍ବାଇ ପୋଲିସର ନାରକୋଟିକ୍ସ ସେଲ ଚଢଉ କରିଛି। ଏହି ଚଢଉ ବେଳେ  ବାରରେ କାର୍ଯ୍ୟ କରୁଥିବା ଯୁବତୀମାନେ  ଡ୍ୟାନ୍ସ ଫ୍ଲୋରରେ ନୃତ୍ୟ କରୁଥିବା ଦେଖାଯାଇଥିଲା। ପୋଲିସ ୧୦ ଜଣ ବାର ଗାର୍ଲଙ୍କୁ ଉଦ୍ଧାର କରିଥିବା ବେଳେ ବାରର ପରିଚାଳକ, କର୍ମଚାରୀ ଓ ଗ୍ରାକଙ୍କୁ ଗିରଫ କରିଛି। ବାରରୁ ନାରକୋଟିକ୍ସ ସେଲ ନଗଦ ୯୩ ହଜାର ୯୩୦ଟଙ୍କା ଜବତ କରିଥିବା  ମଧ୍ୟ ଜଣାପଡିଛି।

{"id":178236,"width":576,"height":433}

ଉଦ୍ଧାର ଓ ଗିରଫ ଲୋକଙ୍କୁ ଦିଣ୍ଡୋସୀ ଥାନାକୁ ନିଆଯାଇଥିବା ବେଳେ ସେଠାରେ ୧୪ ଗ୍ରାହକ, ୫ ୱେଟର, ବାରର ମ୍ୟାନେଜର, କ୍ୟାସିୟର ଓ ସୁପରଭାଇଜରଙ୍କ ବିରୋଧରେ ମମଲା ରୁଜୁ କରାଯାଇଛି। ସେମାନଙ୍କ ବିରୋଧରେ ଆଇପିସିର ଅଶ୍ଳିଳତା ନିରୋଧୀ ଧାରା  ୨୯୪, ୧୧୪ ଓ ୩୪ରେ ମୋକଦ୍ଦମା ରୁଜୁ ହୋଇଥିବା ଝଣାପଡିଛି।

{"id":178237}

ପୂର୍ବ ମଲାଡସ୍ଥିତ ଲକ୍ଷ୍ମୀନାରାୟଣ ସପିଂ ସେଣ୍ଟରସ୍ଥିତ କାକା ବାର ଏଣ୍ଡ ରେସ୍ତୋରାଁ ଉପରେ ଏହି ଚଢଉ ହୋଇଥିଲା। ଏଠାକୁ ପ୍ରାୟତଃ ଅପରାଧୀ ଶ୍ରେଣୀୟ ଲୋକେ ଯା ଆସ ହେଉଥିବାରୁ ପୂର୍ବରୁ ପୋଲିସ ନିକଟରେ ସୂଚନା ଥିଲା। ତେବେ ଶନିବାର ଅଚାନକ ବାର ଉପରେ ନାରକୋଟିକ୍ସ ସେଲ ଚଢଉ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.