ସଲମାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ, କାରକୁ ବି କଲେ ବୁଲେଟପ୍ରୁଫ୍‌

Published By : Prameya-News7 Bureau | August 01, 2022 IST

ମୁମ୍ବାଇ ୦୧।୦୮: ବଲିଉଡ ଅଭିନେତା ଭାଇଜାନ୍‌ ସଲମାନ ଖାନ। ବର୍ତ୍ତମାନ ତାଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବାରୁ କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଥିଲେ। ବନ୍ଧୁକ ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ତାହା ତାଙ୍କୁ ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ସେ ତାଙ୍କ ଗାଡିକୁ ମଧ୍ୟ ଅପଗ୍ରେଡ୍ କରିଥିବା କୁହାଯାଉଛି।

ନିକଟରେ ସଲମାନ ୨୨ଜୁଲାଇରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଥିଲେ। ସେଠାରେ ସଲମାନ ଅସ୍ତ୍ର ଲାଇସେନ୍ସ ପାଇଁ ପୋଲିସ କମିଶନରଙ୍କୁ ଭେଟି ଆବେଦନ କରିଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ସଲମାନ ଖାନଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳି ଯାଇଛି। ଏନେଇ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଏହି ଆବେଦନ ପରେ ଅପରାଧିକ ରେକର୍ଡର ଏକ ସରକାରୀ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଅନୁସନ୍ଧାନ କରାଯାଇଥିଲା ଏବଂ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଗଲା।

ଏହାବତୀତ ସଲମାନ ମଧ୍ୟ ତାଙ୍କ ଗାଡିକୁ ଅପଗ୍ରେଡ୍ କରିଛନ୍ତି ବୋଲି ଖବର ରହିଛି। ତାଙ୍କ କାର ଟୟୋଟା ଲ୍ୟାଣ୍ଡ କ୍ରୁଜରରେ କିଛି ଆର୍ମସ୍‌ ସହିତ କାର ବୁଲେଟପ୍ରୁଫ ତିଆରି କରିଛନ୍ତି। ଅର୍ଥାତ୍ ସଲମାନଙ୍କ କାର୍ ବର୍ତ୍ତମାନ ବୁଲେଟ୍ ପ୍ରୁଫ୍ । ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.