scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଓ୍ୱାଙ୍ଖେଡରେ ଘଟିବ ବଡ଼ଧରଣର ଅଘଟଣ’, ସେମିଫାଇନାଲ୍‌ ପୂର୍ବରୁ ଆସିଲା ଧମକପୂର୍ଣ୍ଣ ଟୁଇଟ୍‌

15/11/2023 at 12:13 PM

ମୁମ୍ବାଇ ୧୫।୧୧ : ବୁଧବାର ମୁମ୍ବାଇରେ ଖେଳାଯିବ ହାଇଭୋଲଟେଜ୍‌ ମ୍ୟାଚ୍‌ । ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ହେଲେ ମ୍ୟାଚ୍ ପୂର୍ବରୁ ଆସିଛି ଧମକପୂର୍ଣ୍ଣ ଟୁଇଟ୍‌ । ୱାଙ୍ଖଡେ ଷ୍ଟାଡିୟମରେ ବଡ଼ଧରଣର ଅଘଟଣର ଚେତାବନୀ ଦିଆଯାଇଛି।

ଖବର ଅନୁଯାୟୀ, ବୁଧବାର ଦିନ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମି ମୁକାବିଲା । ହେଲେ ଏହା ପୂର୍ବରୁ ମୁମ୍ବାଇ ପୋଲିସକୁ ଆସିଛି ଧମକପୂର୍ଣ୍ଣ ମେସେଜ୍‌ । ଯେଉଁଥିରେ ସେମି ଫାଇନାଲରେ କିଛି ବଡ଼ ଧରଣର ଅଘଟଣ ଘଟିବା ନେଇ ଚେତାବନୀ ଦିଆଯାଇଛି । ଏକ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରାଯାଇଛି । ତେବେ ମାମଲାରୁ ବହୁତ ଗମ୍ଭୀରତା ସହ ନେଇଛି ମୁମ୍ବାଇ ପୋଲିସ । ଏପିରିକି ଷ୍ଟାଡିୟମ ପରିସରରେ ଚେକିଂ ଏବଂ ବ୍ଲକିଂକୁ ଆହୁରି ଜୋରଦାର କରିଛି ।

ସେପଟେ ଏହି ଘଟଣାରେ ମୁମ୍ବାଇ ପୋଲିସ କହିଛନ୍ତି ଯେ, ସୋସିଆଲ୍‌ ମିଡିଆରେ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । ତେବେ କିଏ କରିଛି, ଏବେ ଯାଏଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ମୁମ୍ବାଇ ପୋଲିସ ସଜାଗ ରହିଛି । ଷ୍ଟାଡିୟମ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିଛି । ଆବଶ୍ୟକ ପଡିଲେ ଆହୁରି କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବ ।

ତେବେ ଆଜିର ମ୍ୟାଚ୍‌ ଲାଗି ମୁମ୍ବାଇ ପୋଲିସ ୭ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୨୦୦ ଅଧିକାରୀ, ୭୦୦ ପୋଲିସ କର୍ମୀଙ୍କୁ ମୁତୟନ କରିଛି । ଖାସ୍‌ କରି ଷ୍ଟାଡିୟମ୍‌ ଭିତରେ ଏବଂ ବାହାରେ କଡ଼ାକଡ଼ି କରାଯାଇଛି । ସେହିପରି ପାର୍କିଂ ଏରିଆରେ ମଧ୍ୟ କଡ଼ା ନଜର ରଖାଯାଇଛି । ଷ୍ଟାଡିୟମ୍‌ ଭିତରକୁ କୌଣସି ସମ୍ବେଦନଶୀଳ ନେଇକି ଯିବାକୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ସେମି ଫାଇନାଲ ମୁମ୍ବାଇରେ ଖେଳାଯିବ । ଏଥିପାଇଁ ଉଭୟ ଦଳ ମଧ୍ୟ ଜୋରଦାର ଅଭ୍ୟାସ  କରିଛନ୍ତି । ତେଣୁ ଉଭୟ ଟିମ୍‌ ଏହି ମ୍ୟାଚ୍‌ ଜିତି ଫାଇନାଲ୍‌ ଟିକେଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି ।

   Related Posts