ମନସୁଖ ହିରେନ ମୃତ୍ୟୁ ମାମଲାରୁ ହଟିଲେ ତଦନ୍ତକାରୀ ଅଧିକାରୀ ସଚ୍ଚିନ ୱାଜେ, କ୍ରାଇମବ୍ରାଞ୍ଚରୁ ମଧ୍ୟ ହଟାଗଲା

Published By : Prameya-News7 Bureau | March 10, 2021 IST

ମୁମ୍ବାଇ ୧୦।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରୁ ଜବତ ଜିଲୋଟିନ ବୋଝେଇ ସ୍କର୍ପିଓର ମାଲିକକଙ୍କ ମୃତ୍ୟୁ ପରେ ମାମଲା ନୂଆ ମୋଡ ନେଇଛି। ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଧିକାରୀ ସଚ୍ଚିନ ୱାଜେଙ୍କୁ ତଦନ୍ତ ଦାୟିତ୍ୱରୁ ମୁକ୍ତ କରିଦିଆଯାଇଥିବା ବେଳେ ତାଙ୍କୁ ବିଭାଗରୁ ବଦଳି ମଧ୍ୟ କରିଦିଆଯାଇଛି।

{"id":420836,"sizeSlug":"large","linkDestination":"none"}

ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୁଧବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇ ପୋଲିସର ଅଧିକାରୀ ସଚ୍ଚିନ ୱାଜେଙ୍କୁ ଅପରାଧ ଶାଖା ଗୁଇନ୍ଦା ୟୁନିଟ୍‌ରୁ ସେ ପର୍ଯ୍ୟନ୍ତ ହଟାଯାଇଛି ଯେଉଁ ପର୍ଯ୍ୟନ୍ତ ଅଟୋପାର୍ଟସ୍‌ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ନ ହଟିଛି। ଦେଶମୁଖ ମହାରାଷ୍ଟ୍ର ବିଧାନ ପରିଷଦରେ ଏହି ଘୋଷଣା କରିବା ସହ ରାଜ୍ୟ ସରକାର ହିରେନଙ୍କ ମୃତ୍ୟୁର ନିରପେକ୍ଷ ଯାଞ୍ଚ କରାଇବେ ବୋଲି କହିଛନ୍ତି।

{"id":420837,"width":578,"height":545,"sizeSlug":"large","linkDestination":"none"}

ଯେଉଁ ପର୍ଯ୍ୟନ୍ତ ମାମଲାର ତଦନ୍ତ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ସଚ୍ଚିନ ୱାଜେ ଅପରାଧ ଶାଖାରେ ତାଙ୍କ ପଦବୀ ଦାୟିତ୍ୱରେ ରହିପାରିବେ ନାହିଁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ବିରୋଧୀ ଦଳଙ୍କ ଦାବି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ବିରୋଧୀ ଦଳ ନେତା ତଥା ରାଜ୍ୟର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ହିରେନ ମୃତ୍ୟୁ ମାମଲାରେ ସରକାର ଏପର୍ଯ୍ୟନ୍ତ ଏପିଆଇ ସଚ୍ଚିନ ୱାଜେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।

{"id":420838,"sizeSlug":"large","linkDestination":"none"}

ତେବେ ମାମଲାର ତଦନ୍ତରେ ଯଦି ଏପିଆଇ ୱାଜେ ସମ୍ପୃକ୍ତ ଥିବା ଜଣାପଡେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦେଶମୁଖ ବିଧାନ ପରିଷଦରେ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀଙ୍କ ବୟାନ କିନ୍ତୁ ବିଧାନପରିଷଦରେ ବିରୋଧୀ ଦଳ ନେତା ପ୍ରବୀଣ ଦାରେକର ଓ ଅନ୍ୟ ସଦସ୍ୟଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

{"id":420840,"width":578,"height":325,"sizeSlug":"large","linkDestination":"none"}

ମନସୁଖ ହିରେନ ମୃତ୍ୟୁ ସହ ୱାଜେ କୌଣସି ନା କୌଣସି ରାସ୍ତାରେ ନିଶ୍ଚିତ ସମ୍ପୃକ୍ତ ଓ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେଲେ ନାହିଁ ଅନ୍ତତଃ ତାଙ୍କୁ ସନ୍ଦେହରେ ଚାକିରୀରୁ ନିଲମ୍ବନ କରାଯିବା ଦରକାର ବୋଲି ଦାରେକର ଦାବି କରିଛନ୍ତି। ତେବେ ବିଧାନପରିଷଦ ବାହାରେ ଗୃହମନ୍ତ୍ରୀ ମାମଲାର ଏଟିଏସ୍ ତଦନ୍ତ ନ ସରିବା ପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାର ୱାଜେଙ୍କୁ କ୍ରାଇମବ୍ରାଞ୍ଚରୁ ସ୍ଥାନାନ୍ତରଣ ଲାଗି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.