ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇମେଲ୍‌, ଲରେନ୍ସ ବିଷ୍ଣୋଇ ବିରୋଧରେ ମାମଲା ରୁଜୁ

19/03/2023 at 9:37 PM

ନୂଆଦିଲ୍ଲୀ, ୧୯/୦୩: ଗତ କିଛି ଦିନରୁ ଗ୍ୟାଙ୍ଗଷ୍ଟର ଲରେନ୍ସର ବିଶ୍ନୋଇର ଏକ ସାକ୍ଷାତକାର ଖୁବ୍‌ ଚର୍ଚ୍ଚାରେ ରହିଛି। ଏଥିରେ ଲରେନ୍ସ ସଲମାନଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲା। ଏବେ ଖବର ଆସିଛି ଯେ ସଲମାନଙ୍କ ଧମକପୂର୍ଣ୍ଣ ଇମେଲ ଆସିଛି। ଯାହାକୁ ନେଇ ସଲମାନଙ୍କ ମ୍ୟାନେଜର ମୁମ୍ବାଇ ବାନ୍ଦ୍ରା ପୋଲିସ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ଼ଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ବାନ୍ଦ୍ରା ପୋଲିସ୍‌ ଆଇପିସି ଧାରା ୫୦୬(୨), ୧୨୦(ବି) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ଏବଂ ଘର ବାହାରେ ସୁରକ୍ଷା ବଢ଼ାଇଛି। ଶନିବାର ସଲମାନ ଖାନ୍‌ଙ୍କ ଅଫିସ୍‌କୁ ଇ-ମେଲ୍‌ ଆସିଥିଲା। ଯାହାପରେ ସଲମାନଙ୍କ ମ୍ୟାନେଜର ପୋଲିସ୍‌ରେ ଅଭିଯୋଗ କରିଥିଲେ ଏବଂ ପୋଲିସ୍‌ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ, ଗୋଲ୍ଡି ବରାଡ଼ ଏବଂ ରୋହିତ ଗର୍ଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସୂଚନାଥାଉ, ଜେଲରେ ଥିବା ଲରେନ୍ସ ନିକଟରେ ଏକ ଟିଭି ସାକ୍ଷାତକାର ଦେଇଥିଲା। କଳା ହରିଣ ମାମଲାକୁ ନେଇ ଲରେନ୍ସ ବିଶ୍ନୋଇ କହିଥିଲା ସଲମାନ କ୍ଷମା ମାଗନ୍ତୁ। ଲରେନ୍ସ ଏହା ମଧ୍ୟ କହିଥିଲା ଯେ ଯଦି ସେ କ୍ଷମା ମାଗୁନାହାନ୍ତି ତେବେ ତାଙ୍କର ଅହଙ୍କାର ଭାଙ୍ଗିଦିଆଯିବ। ଆଉ ଏବେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ଖବର ପୁଣି ଥରେ ଚର୍ଚ୍ଚା​ର କାରଣ ପାଲଟିଛି।

   Related Posts