TRP ହେରଫେର ମାମଲା: ରିପବ୍ଲିକ ଟିଭି CEO ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ : ମୁମ୍ବାଇ ପୋଲିସ ରବିବାର ରିପବ୍ଲିକ ଟିଭିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀଙ୍କୁ ଟିଆରପି ଘୋଟାଲା ମାମଲାରେ ଗିରଫ କରିଛି । ଜାଲ ଟିଆରପି ଘୋଟାଲା ଅକ୍ଟୋବର ମାସରେ ସାମ୍ନାକୁ ଆସିଥିଲା । ଯେତେବେଳେକି ରେଟିଂ ଏଜେନ୍ସି ବ୍ରଡକାଷ୍ଟ୍ ଅର୍ଡି୍ୟାନ୍ସ ରିସର୍ଚ୍ଚ କାଉନସିଲ୍ (BARC) ହାନସା ରିସର୍ଚ୍ଚ ଗ୍ରୁପ ମାଧ୍ୟମର ଏକ ଅଭିଯୋଗ ଦାଖଲ କରିଥିଲେ ।

ଏଥିରେ ଅଭିଯୋଗ କରାଯାଇଥିଲା ଯେ, କିଛି ଟେଲିଭିଜନ ଚ୍ୟାନେଲ ଟିଆରପି ଆକଳନରେ ହେରଫେର କରୁଛନ୍ତି । ହାନସା ହେଉଛି BARCର ସେହି କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ଯାହାକି ଘରମାନଙ୍କରେ ଦେଖୁଥିବା ଚ୍ୟାନେଲ ସଂଖ୍ୟା ଏବଂ ଦର୍ଶକଙ୍କ ସଂଖ୍ୟା ଉପରେ ନଜର ରଖେ ।  TRP କିଛି ପରିବାରରେ ଦର୍ଶକଙ୍କ ତଥ୍ୟକୁ ରେକର୍ଡ କରିବା ସହିତ ଏହାର ଆକଳନ କରିଥାଏ । ଯାହା ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥାଏ । ସୂଚନାନୁସାରେ, ଏହି ଘରଗୁଡିକ ମଧ୍ୟରୁ କିଛି ଲୋକଙ୍କୁ ରିପବ୍ଲିକ୍ ଟିଭି ଏବଂ ଅନ୍ୟ କେତେକ ଚ୍ୟାନେଲ୍ ଦେଖିବା ପାଇଁ ଲାଞ୍ଚ ଦିଆଯାଉଥିଲା ।

ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଟିଆରପି ହେରଫେର ମାମଲାରେ ଡିସେମ୍ବର ୧୫ ଯାଏଁ ରିମାଣ୍ଡରେ ନେଇଛି ପୋଲିସ । ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନୀ ସମେତ ଏଯାଏଁ ମୋଟ ୧୩ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ହନସା ରିସର୍ଚ୍ଚର ଅଧିକାରୀ ନିତୀନ ଦେବକରଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୬ରେ ମାମଲା ରୁଜୁ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.