LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୃଥ୍ୱୀ ଶ’ ସହ ମାରପିଟ୍ ଘଟଣା: ସପ୍ନା ଗିଲ୍‌ଙ୍କ ସହ ୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ କୋର୍ଟ

20/02/2023 at 7:53 PM

ମୁମ୍ବାଇ: ସେଲ୍‌ଫୀ ପାଇଁ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ମାର୍‌ପିଟ୍‌ ଘଟଣାରେ ସପ୍ନା ଗିଲ୍‌ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍‌ କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ। ହେଲେ ଏହାପରେ ସପ୍ନାଙ୍କ ଓକିଲ ସମସ୍ତ ଅଭିଯୋଗ ମିଥ୍ୟ ବୋଲି କହି ଜାମିନ ଆବେଦନ କରିଥିଲେ।

ମାମଲାର ଶୁଣାଣି ବେଳେ ପୁଲିସ ତଦନ୍ତ ପାଇଁ ସପ୍ନା ଗ୍ୟାଙ୍ଗକୁ ୩ ଦିନିଆ ରିମାଣ୍ଡରେ ନେବାକୁ କହିଥିଲା। ସପ୍ନାଙ୍କ ଓକିଲ ଅଲି କାଶିଫ ଖାନ ପୁଲିସ ଉପରେ ଜବରଦସ୍ତି ଚାନ୍ଦା ଆଦାୟ କରିବା ଧାରା ଲଗାଇଥିବାର ଅଭିଯୋଗ କରିଥିଲେ। ସପ୍ନା ଓ ତାଙ୍କ ବନ୍ଧୁମାନଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ମାମଲା ଭିତ୍ତିହୀନ ବୋଲି ଖାନ କୋର୍ଟରେ ତର୍କ ରଖିଥିଲେ।

ଖାନ କୋର୍ଟଙ୍କ ସାମ୍ନାରେ ତର୍କ ରଖିଥିଲେ ଯେ ଅଭିଯୋଗ କର୍ତ୍ତା ସପ୍ନା ଓ ବନ୍ଧୁମାନଙ୍କ ଉପରେ ମାମଲା ରୁଜୁ କରିବା ଆବଶ୍ୟକ ବୋଲି ଅନୁଭବ କରିବା ପରେ ଅଭିଯୋଗ କରିଥିଲେ। ଏହାପରେ ମାମଲା ରୁଜୁ ହୋଇଛି ବୋଲି ଖାନ ତର୍କ ଦେଇଥିଲେ। କୋର୍ଟ ଖାନ୍‌ଙ୍କ ତର୍କ ଶୁଣିବା ପରେ ୪ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି।

ଏପଟେ ସରକାରୀ ଓକିଲ ଅତିଆ ଶେଖ ପୁଲିସ ପକ୍ଷରୁ ତର୍କ ଦେଇ ଜାମିନ ଆବେଦନକୁ ବିରୋଧ କରିଥିଲେ। ଏହି ମାମଲାରେ ତଦନ୍ତ ସରି ନାହିଁ। ସେଲ୍‌ଫୀ ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ପ୍ରତିଶୋଧ ନେବାକୁ ପୃଥ୍ୱୀ ଶ’ଙ୍କ ପିଛା କରିଥିଲେ। ତେଣୁ ଜାମିନ ପାଇଲେ ସେମାନେ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ଅତିଆ ତର୍କ ଦେଇଥିଲେ।  

ସୂଚନା ଥାଉକି ଶୁକ୍ରବାର ମୁମ୍ବାଇ ଓଶିୱାରା ପୁଲିସ ପୃଥ୍ୱୀ ଶ’ଙ୍କ ଉପରେ ଆକ୍ରମଣ ଓ ତାଙ୍କ କାର୍ ଭାଙ୍ଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା। ବୁଧବାର ଶ’ ତାଙ୍କ ବନ୍ଧୁଙ୍କ ସହ ଡିନର କରିବାକୁ ମୁମ୍ବାଇ ସାନ୍ତାକ୍ରୁଜର ହୋଟେଲ୍ ଶାହାର ଷ୍ଟାର୍‌କୁ ଯାଇଥିଲେ। ଏହି ସମୟରେ ସପ୍ନା ଗିଲ୍ ଓ ଶୋଭିତ ଠାକୁର ଆସି ପୃଥ୍ୱୀଙ୍କ ସହ ସେଲ୍‌ଫୀ ନେଇଥିଲା। ଏହାପରେ ଅଧିକ ସେଲ୍‌ଫୀ ନେବାକୁ ବାଧ୍ୟ କରି ଦୁର୍ବ୍ୟବହାର କରିଥିଲେ।

ଯେତେବଳେ ପୃଥ୍ୱୀ ସେଲ୍‌ଫୀ ଦେବାକୁ ମନା କରିଦେଲେ ସେତେବେଳେ ତାଙ୍କ ସହ ସପ୍ନା ଓ ତାଙ୍କ ସାଙ୍ଗମାନେ ଦୁର୍ବ୍ୟବହାର କରିଥିଲେ। ଏହାପରେ ପୃଥ୍ୱୀ ତାଙ୍କ ସାଙ୍ଗ ସହ ହୋଟେଲ୍‌ରୁ ବାହାରିଲା ବେଳେ ସପ୍ନା ଗ୍ୟାଙ୍ଗ୍ ମଟରସାଇକେଲ୍‌ରେ ଆସି ତାଙ୍କ ବନ୍ଧୁଙ୍କ ବିଏମ୍‌ଡବ୍ଲୁ କାର୍‌କୁ ବେସ୍‌ବଲ ବ୍ୟାଟ୍‌ରେ ପିଟି ଆଗ ଓ ପଛ କାଛ ଭାଙ୍ଗି ଦେଇଥିଲେ।

ଏହାପରେ ଗିଲ୍ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇ ସେମାନଙ୍କ ଠାରୁ ୫୦ ହଜାର ଟଙ୍କା ମାଗିଥିଲେ ବୋଲି ପୃଥ୍ୱୀଙ୍କ ସାଙ୍ଗ ଅଶିଷ ସୁରେନ୍ଦ୍ର ଯାଦବ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସପ୍ନା ଓ ଗ୍ୟାଙ୍ଗ ବିରୋଧରେ ଜବରଦସ୍ତି ଚାନ୍ଦା ଆଦାୟ ଓ ବିଭିନ୍ନ ଅପରାଧିକ ଦଫାରେ ମାମଲା ରୁଜୁ କରିଥିଲା। ଫେବ୍ରୁଆରୀ ୧୮ ତାରିଖରେ ଓଶିୱାରା ପୁଲିସ ଗିଲ୍ ଓ ଗ୍ୟାଙ୍ଗ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଥିଲା। ଶନିବାର ସେମାନଙ୍କୁ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଫେବ୍ରୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପୁଲିସ କଷ୍ଟୁଡିରେ ପଠାଇଥିଲେ କୋର୍ଟ।   

   Related Posts