Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନିର୍ମମ ହତ୍ୟା, ପ୍ରମାଣ ନଷ୍ଟ କରିବାକୁ ଖଣ୍ଡ ଖଣ୍ଡ କାଟି ପ୍ରେସରରେ ସିଝାଇଲା

8/06/2023 at 2:09 PM

ମୁମ୍ୱାଇ ୦୮/୦୬: ପ୍ରଥମେ ଲଭ୍ । ପରେ ଲଭରୁ ଲିଭ୍‌-ଇନ୍ । ତିନିବର୍ଷ ଏକାଠି ରହିବା ପରେ ଭଟ୍ଟା ପଡିଥିଲା ପ୍ରେମରେ । କଥାରେ କଥାରେ ଝଗଡା ହେଉଥିଲା ଉଭୟଙ୍କ ମଧ୍ୟରେ । ଶେଷରେ ପ୍ରେମିକାକୁ ପ୍ରେମିକ ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଗଛ କଟା ମେସିନରେ ଖଣ୍ଡ ଖଣ୍ଡ କରି କାଟି ପ୍ରେସର କୁକରରେ ସିଝାଇଥିଲା । ମାତ୍ର ପାପ ଲୁଚାଇବା ପାଇଁ ସବୁ ପ୍ରୟାସ ଫେଲ୍ ମାରିଥିଲା । ମୁମ୍ବାଇ ପୋଲିସ ହାତରେ ଧରାପଡିଛି ପ୍ରେମିକ ମନୋଜ ସାହାଣି ।

କିଛି ମାସ ତଳେ ଦିଲ୍ଲୀର ଶ୍ରଦ୍ଧା ଓ୍ୱା ଲକର ନାମ୍ନୀ ଯୁବତୀଙ୍କୁ ତାଙ୍କ ପ୍ରେମିକ ଖଣ୍ଡ ଖଣ୍ଡ କରି କାଟି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଏବେ ମୁମ୍ବାଇରେ ପୁଣି ସେମିତି ଏକ ବିଭତ୍ସ ଘଟଣା । ମନୋଜ ସାହାଣୀ ଓ ସରସ୍ବତୀ ବିଦ୍ୟା ମୁମ୍ବାଇର ଗୀତା ନଗରସ୍ଥିତ ଆକାଶଦୀପ ଆପ୍ରମେଣ୍ଟର ଏକ ଫ୍ଲାଟରେ ଲିଭ୍ ଇନରେ ରହୁଥିଲେ । ତିନିବର୍ଷ ଲିଭ୍ ଇନରେ ରହିବା ପରେ ସେମାନଙ୍କ ମଧ୍ୟରେ ମଝିରେ ମଝିରେ ଝଗଡା ହେଉଥିଲା ।

ଆହୁରି ଅଧିକ ପଢନ୍ତୁ….

ଗତ କିଛି ଦିନ ହେବ ପଡୋଶୀ ସରସ୍ବତୀଙ୍କୁ ଆଉ ଦେଖିବାକୁ ପାଇ ନ ଥିଲେ । ମାତ୍ର ତାଙ୍କ ଫ୍ଲାଟରୁ ଦୁର୍ଗନ୍ଧ ଆସୁଥିଲା । ପଡୋଶୀଙ୍କ ମନରେ ସନ୍ଦେହ ହେଲା । ସେମାନେ ପୋଲିସ ଖବର ଦେବା ପରେ ଯାହା ପଦାକୁ ଆସିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୋଲିସ ପହଞ୍ଚିବା ପରେ ଘର ଭିତରୁ ପ୍ରେସର କୁକରରେ ସିଝା ହୋଇଥିବା ଖଣ୍ଡ ବିଖଣ୍ଡିତ ମାଂସ ଜବତ କରିଥିଲା ।

ପ୍ରେମିକାକୁ ହତ୍ୟା କରିବା ପରେ ପ୍ରେମିକ ମନୋଜ ସାହାଣୀ ମୃତ ଦେହକୁ ଏକ ଗଛକଟା ମେସିନ ସାହାଯ୍ୟରେ କାଟି ଥିଲା । ଏବଂ ବାହାରକୁ ଜଣା ନ ପଡିବା ପାଇଁ ତାକୁ ପ୍ରେସରରେ ସିଝାଇ ରଖିଥିଲା । ତଥାପି ପାପର ସୁରାକ ନିବୁଜ ଘର ଭିତରୁ ବାହାରକୁ ଆସିଥିଲା । ପୋଲିସ ମନୋଜକୁ ଗିରଫ କରି ହତ୍ୟାକାଣ୍ଡର କାରଣ ଖୋଜୁଛି । କାରଣ ୫୬ ବର୍ଷୀୟ ପ୍ରେମିକ ମନୋଜ ଏଯାଏଁ ପ୍ରେମିକାକୁ କାହିଁକି ହତ୍ୟା କଲେ, ମୁହଁ ଖୋଲି କହିନାହାଁନ୍ତି ।

   Related Posts