ରଙ୍ଗ ବେରଙ୍ଗୀ ଲାଇଟ୍‌ରେ ସଜେଇ ହୋଇଛି ଆଥିଆଙ୍କ ଫାର୍ମ ହାଉସ୍‌, ଆଜି ବିବାହ କରିବେ ଷ୍ଟାର କପଲ

Published By : Prameya-News7 Bureau | January 23, 2023 IST

ମୁମ୍ଵାଇ ୨୩।୦୧: ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଆଥିଆ ଶେଟ୍ଟି । ୨୩ ଜାନୁୟାରୀ ଅର୍ଥାତ୍‌ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ।  ଖଣ୍ଡାଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଏହି ଲଭବାର୍ଡ ପରସ୍ପରର ସାତଫେରା ନେବେ। ଏହି ସମୟରେ ଘରର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଘରଟି ସୁନ୍ଦର ଆଲୋକରେ ସଜାଯାଇଛି । ରିପୋର୍ଟ ଅନୁଯାୟୀ, ବିବାହ ସମୟରେ ସମସ୍ତ ଅତିଥିଙ୍କ ସେଲଫୋନ୍ ରଖାଯିବ। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ। ଏହା ବ୍ୟତୀତ କୌଣସି ବଲିଉଡ ସେଲିବ୍ରିଟି ଏବଂ କ୍ରିକେଟର ଏହି ବିବାହର ଅଂଶ ହେବେ ନାହିଁ।

wp:html
/wp:html

ଏହି କପଲ ଜାନୁଆରୀ ୨୩ ସୋମବାର ଦିନ ବିବାହ କରିବେ । ଏହାପୂର୍ବରୁ ଜାନୁଆରୀ ୨୧ରେ ସଂଗୀତ ଏବଂ ମେହେନ୍ଦୀର ଏକ କାର୍ଯ୍ୟକ୍ରମ ଥିଲା । ଆଜି ଉଭୟ ପରସ୍ପରକୁ ସାତଜନ୍ମର ସାଥୀ କରିନେବେ। ବିବାହ ପାଇଁ ଏହି ବଙ୍ଗଳାର ସାଜସଜ୍ଜା ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଗତ କାଲି ରାତିରେ ତାଙ୍କର ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା । ଯାହାର ଭିଡିଓ ସାମ୍ନାକୁ ଆସିଛି।  ଆଥିଆଙ୍କ ମାଆ ମାନା ଓ ଭାଇ ଆହାନ ଡ୍ୟାନ୍ସ କରିଥିଲେ । କେବଳ ଏତିକି ନୁହେଁ ଏଥିରେ ବଲିଉଡ୍‌ର ପ୍ରସିଦ୍ଧ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାକୁ ଦେଖିବାକୁ ମିଳିଥିଲା।

{"width":767,"height":539}
KL Rahul Athiya Shetty Wedding: खंडाला में रंग बिरंगी लाइट्स से सजा दुल्हन अथिया शेट्टी का फॉर्म हाउस, शादी की शुरू हुई तैयारियां, देखें तस्वीरें

ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ରେଡିସନ୍ ହୋଟେଲରେ ରହିବେ । ଆଥିଆ ଶେଟ୍ଟୀଙ୍କ ପିତା ସୁନୀଲ ଶେଟ୍ଟୀ ଏହି ସବୁ ଜିନିଷର ବ୍ୟବସ୍ଥା କରିଛନ୍ତି । ବିବାହ ପରେ, ଏହି କପଲ ଏପ୍ରିଲ ମାସରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେବେ। ଯେଉଁଥିରେ ବଲିଉଡ ବହୁ ସେଲିବ୍ରିଟି ଏବଂ ସମସ୍ତ କ୍ରିକେଟର ଯୋଗଦେବେ ।

କହିବାକୁ ଗଲେ ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିବେ। ଆମି ପଟେଲ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ ପାଇଁ ପ୍ରସ୍ତୁତ କରିବେ। ଏହା ବ୍ୟତୀତ ଉଭୟଙ୍କ ବିବାହ ପାଇଁ ପୋଷାକ ଚୂଡ଼ାନ୍ତ ହୋଇସାରିଛି।  ବିବାହ ପାଇଁ ଅତିଥିମାନଙ୍କର ସମାବେଶ ମଧ୍ୟ ଆରମ୍ଭ ହୋଇଛି। ଯାହାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.