scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ସବୁଠାରୁ ମହଙ୍ଗା ସହର ମୁମ୍ବାଇ; ହେଲେ ସବୁଠାରୁ ଶସ୍ତା ସହର କିଏ ?

18/08/2023 at 10:57 PM

ମୁମ୍ବାଇ: ଭାରତରେ ମୁମ୍ବାଇ ହେଉଛି ସବୁଠାରୁ ମହଙ୍ଗା ସହର। ଅନ୍ୟ ସହର ଅପେକ୍ଷା ଏଠାରେ ରହିବା ଅଧିକ ବ୍ୟୟ ବହୁଳ। ଖ୍ୟାତନାମା ପ୍ରପର୍ଟି କନସଲଣ୍ଟାଣ୍ଟ ସଂସ୍ଥା ନାଇଟ୍ ଫ୍ରାଙ୍କ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆୟ ଅନୁପାତରେ ମାସିକ କିସ୍ତିରୁ ଉପରେ ଆଧାର କରି ଭାରତ ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ରହଣି ପାଇଁ ସବୁଠାରୁ ମହଙ୍ଗା ବୋଲି ଜଣାପଡ଼ିଛି।

ଏହାପରେ ହାଇଦ୍ରାବାଦ ଦ୍ୱିତୀୟ ମହଙ୍ଗା ସହର ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀ ତୃତୀୟ ମହଙ୍ଗା ସହର ବୋଲି ନାଇଟ୍ ଫ୍ରାଙ୍କ ଇଣ୍ଡିଆ ଦର୍ଶାଇଛି। ସେହିପରି କର୍ଣ୍ଣାଟକର ବେଙ୍ଗାଲୁରୁ ଓ ତାମିଲନାଡୁର ଚେନ୍ନାଇ ୨୮ ପ୍ରତିତ ଇଏମ୍ଆଇରୁ ଆୟ ଅନୁପାତରେ ଦେଶର ଚତୁର୍ଥ ଓ ପଞ୍ଚମ ମହଙ୍ଗା ସହର ହୋଇଛି। ଏହାପଛକୁ ପୁଣେ, କୋଲାକାତା ରହିଛି।

ପଢ଼ନ୍ତୁ-ଏବେ ସାଧାରଣ ଲୋକେ ବି କିଣି ପାରିବେ ଟମାଟୋ, ଜାଣନ୍ତୁ କେତେ ହ୍ରାସ ହେଲା ଦର

ତେବେ ଅହମଦାବାଦ ଓ ଗୁଜରାଟ ଭାରତରେ ରହିବାକୁ ସବୁଠାରୁ ସୁଲଭ ସ୍ଥାନ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଏଠାରେ ହାରାହାରି ପରିବାରର ଆୟର ମାତ୍ର ୨୩ ପ୍ରତିଶତ ଘର ଋଣ କିସ୍ତି ଉପରେ ଖର୍ଚ୍ଚ ହୋଇଥାଏ

   Related Posts