ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିଜୟ ସହ ନିଜର ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ମନୀଷ ପାଣ୍ଡେଙ୍କ ଅଧିନାୟକତ୍ଵ ଇନିଂସ ବେକାର

8/10/2021 at 11:42 PM

ଆବୁଧାବି ୦୮।୧୦: ପ୍ଲେ ଅଫ୍‌ରୁ ବାଦ୍ ପଡିଲେ ବି ନିଜର ଶେଷ  ଲିଗ୍ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ମନ ଜିଣିଲା ମୁମ୍ବାଇ ଇଣ୍ଡିଆନ୍ସ। ସନରାଇଜର୍ସ ହାଇଦ୍ରାବାଦକୁ ୪୨ ରନରେ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହି ଆଇପିଏଲ ୨୦୨୧ରେ ନିଜର ଅଭିଯାନ ଶେଷ କରି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ଦଳ କୋଲକାତା ସହ ସମାନ ପଏଣ୍ଟ ଥିଲେ ମଧ୍ୟ ଉନ୍ନତ ରନ ରେଟ୍ ଆଧାରରେ ମୁମ୍ବାଇ ପ୍ଲେ ଅଫ୍‌ରୁ ବାଦ୍ ପଡିଛି। ପ୍ରଥମେ  ବ୍ୟାଟିଂ କରି ମୁମ୍ବାଇ ଇଶାନ କିଶନ(୮୪) ଏବଂ ସୂର୍ଯ୍ୟକୁମାର ଯାଦବ(୮୨)ଙ୍କ ଧୂଆଁଧାର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୨୩୫ ରନ କରିଥିଲା। ଜବାବରେ ମନୀଷ ପାଣ୍ଡେଙ୍କ ଅପରାଜିତ ୬୯ ଦମରେ ସନରାଇଜର୍ସ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିବାକୁ ସକ୍ଷମ ହୋଇଥିଲା। ଜାସନ ରୟ ୩୪ ଏବଂ ଅଭିଷେକ ଶର୍ମା ୩୩ ରନର ଇନିଂସ ଖେଳିଥିଲେ। ଅନ୍ୟପଟେ ପରାଜୟ ସହ ସନରାଇଜର୍ସ ପଏଣ୍ଟ ତାଲିକାର ନିମ୍ନରେ ରହି ଅଭିଯାନ ଶେଷ କରିଛି।

୨୩୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଜାସନ ରୟ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଉଭୟ ୫.୨ ଓଭରରେ ୬୪ ରନ ଯୋଡିଥିଲେ। ହେଲେ ଏହି ଯୋଡି ଭାଙ୍ଗିବା ସହ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜାସନ ରୟ ୩୪ ଏବଂ ଅଭିଷେକ ଶର୍ମା ୩୩ ରନର ଇନିଂସ ଖେଳିଥିଲେ। ମନୀଷ ପାଣ୍ଡେ ଗୋଟିଏ ଗୋଟିଏ ପାର୍ଶ୍ଵରେ ଦଳର ଇନିଂସ ସମ୍ଭାଳିଥିଲେ। ମଧ୍ୟକ୍ରମ ମହମ୍ମଦ ନବି(୩), ଅବଦୁଲ ସାମଦ(୨) ବିଫଳ ହୋଇଥିବା ବେଳେ ପ୍ରିୟମ ଗର୍ଗ(୨୯) କରିଥିଲେ। ମନୀଷ ପାଣ୍ଡେ ୪୧ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୬୯ ରନରେ ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାସନ ହୋଲଡର(୧), ରଶିଦ ଖାନ(୯), ଋଦ୍ଧିମାନ ଶାହା(୨) ରନ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜେମ୍ସ ନିଶାନ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଡ ଓ ପିୟୂଷ ଚାଓ୍ଵଲାଙ୍କ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା  ମୁମ୍ବାଇର  ଓପନର ବ୍ୟାଟସମ୍ୟାନ ଇଶାନ କିଶନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ଦେଖି ଚାହିଁ ବ୍ୟାଟିଂ କରିଥିବା ବେଳେ ଇଶାନ ଚୌକା ଓ ଛକା ବର୍ଷା କରିଥିଲେ। ମାତ୍ର ୧୬ ବଲ୍‌ରୁ ଇଶାନ କିଶନ ଅର୍ଦ୍ଧଶତକ  ହାସଲ କରିଥିଲେ। ଏହା ଚଳିତ ଆଇପିଏଲର ଦ୍ରୁତତମ ଅର୍ଦ୍ଧଶତକ। ପ୍ରଥମ ଓ୍ଵିକେଟ୍‌ରେ ଇଶାନ ଓ ରୋହିତ ୫.୩ ଓଭରରେ ୮୦ ରନ ଯୋଡିଥିଲେ। ଏହା ପରେ ରୋହିତ(୧୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୦) ଆଉଟ୍ ହୋଇଥିଲେ। ଅନ୍ୟପଟେ ଇଶାନ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ଇଶାନ କିଶନ ମାତ୍ର ୩୨ ବଲରୁ ୧୧ ଚୌକା ଓ ୪ ଛକା ଜରିଆରେ ୮୪ ରନର ସ୍ମରଣୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଇଶାନ କିଶନ ଇନିଂସକୁ ଯେଉଁଠି ଛାଡିଥିଲେ ସେଠାରୁ ସୂର୍ଯ୍ୟକୁମାର ଯାଦବ ଦଳର ଇନିଂସକୁ ଆଗେଇ ନେଇଥିଲେ। ଟି-୨୦ ବିଶ୍ଵ କପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସେ ପଡିଆର କୋଣ ଅନୁକୋଣରେ ବାଉଣ୍ଡରୀ ବର୍ଷା କରିଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ରନ ଗତି ଧିମା ହେବାକୁ ଦେଇନଥିଲେ। ସେ ୪୦ ବଲ୍‌ରୁ ୧୩ ଚୌକା ଓ ୩ ଛକା ସହ ୮୨ ରନ କରି ଦଳର ସ୍କୋରକୁ ୨୩୫ ରନରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା(୧୦), କିରଣ ପୋଲାର୍ଡ(୧୩), କୃଣାଲ ପାଣ୍ଡ୍ୟା(୯) କରିଥିଲେ।

   Related Posts