LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ ଓମେନ୍

26/03/2023 at 10:48 PM

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)କୁ ମିଳିଲା ପ୍ରଥମ ବିଜେତା। ଡବ୍ଲ୍ୟୁପିଏଲର ପ୍ରଥମ ସଂସ୍କରଣରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଓମେନ। । ମୁମ୍ବାଇର ବ୍ରାବୋର୍ଣ୍ଣ  ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଓମେନକୁ ୭ ଓ୍ଵିକେଟ୍‌ରେ ହରାଇଛି। ଏଥିସହ ପ୍ରଥମ ସଂସ୍କରଣ ଜିତିବାକୁ ଲକ୍ଷ୍ୟ ରଖିଥିବା ଦିଲ୍ଲୀ କ୍ୟାପିଟାଲ୍ସର ସ୍ଵପ୍ନ ଧୂଳିସାତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓମେନ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଦଳ ପକ୍ଷରୁ ମେଗ୍ ଲାନିଙ୍ଗ୍ ସର୍ବାଧିକ ୩୫ ରନ ଏବଂ ଶିଖା ପାଣ୍ଡେ ଏବଂ ରାଧା ଯାଦବ ଦ୍ଵିୟ ବ୍ୟାଟର ଅପରାଜିତ ୨୭ ରନ କରିଥିଲେ। ଜବାବରେ ନାଟ୍ ସ୍କିଭର ବ୍ରଣ୍ଟଙ୍କ ଅପରାଜିତ ଅର୍ଦ୍ଧଶତକୀୟ(୬୦ ରନ) ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ୧୯.୩ ଓଭରରେ  ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅଧିନାୟକ ହରମନପ୍ରୀତ କୌର ୩୭ ରନର ଉପଯୋଗୀ ରନ କରିଥିବା ବେଳେ ମିଲି କେର ୧୪ ରନରେ ଅପରାଜିତ ଥିଲେ।

୧୩୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓମେନର ଆରମ୍ଭ ଭଲ ନଥିଲା। ଦଳ ୧୩ ରନ ସ୍କୋରରେ ୟାସ୍ତିକ ଭାଟ୍ଟିଆ(୪)ଙ୍କ ଓ୍ଵିକେଟ୍ ହରାଇଥିଲା। ହେଲି ମାଥ୍ୟୁସ୍(୧୩) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଏହା ପରେ ନାଟ୍ ସ୍କିଭର ବ୍ରଣ୍ଟ ଏବଂ ହରମନପ୍ରୀତ କୌର ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡି ଦଳ ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। ୯୫ ସ୍କୋରରେ ହରମନପ୍ରୀତ ୩୯ ବଲ୍‌ରୁ ୫ ଚୌକା ଜରିଆରେ ୩୭ ରନର ଅଧିନାୟକତ୍ଵ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ନାଟ୍ ସ୍କିଭର ବ୍ରଣ୍ଟ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୫ ବଲ୍‌ରୁ ୭ ଚୌକା ସହ ୬୦ ରନ କରି ଦଳକୁ ଜିତାଇଛନ୍ତି। ମିଲି କେର ୧୪ ରନ କରି ଅପରାଜିତ ଅଛନ୍ତି।

WPL 2023: दिल्ली कैपिटल्स को हराकर मुंबई इंडियंस बनी चैंपियन, रोमांचक फाइनल में 7 विकेट से धोया

ଦିଲ୍ଲୀର ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବାରୁ ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୧୩୧ ରନ୍ କରିବାରେ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ ଅଧିନାୟକ ଲାନ୍ନିଂ ୨୯ଟି ବଲରୁ ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିଲେ । ସେହିପରି ନିମ୍ନକ୍ରମ ବ୍ୟାଟର ସିଖା ପାଣ୍ଡେ ଏବଂ ରାଧା ଯାଦବ ୨୭ ଲେଖାଏଁ ରନ୍ କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡା କରିଥିଲେ । ସିଖା ପାଣ୍ଡେ ୧୭ଟି ବଲରୁ ୨୭ ରନ୍ ଏବଂ  ରଧା ଯାଦବ ମାତ୍ର ୧୨ଟି ବଲ ଖେଳି ୨୭ ରନ୍  ସଂଗ୍ରହ କରିଥିଲେ। ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓ୍ବଙ୍ଗ ଏବଂ ମାଥ୍ୟୁସ୍ ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ମିଲେ କେର୍ ୨ଟି ଓ୍ବିକେଟ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୩୧ ରନ୍‌ରେ ରୋକିବାରେ ସକ୍ଷମ ହୋଇଥିଲେ ।  

   Related Posts