ବେଙ୍ଗାଲୁରୁ ୨୩ା୦୨ : WPL 2024 । ଚଳିତ ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ରେ ରୋମାଞ୍ଚକର ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ।
ଖବର ଅନୁଯାୟୀ, ଉଦ୍ଘାଟନୀ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ ୧୭୧ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଶେଷ ବଲ୍ରେ ଦଳକୁ ବିଜୟ ପାଇଁ ୫ ରନ୍ ଆବଶ୍ୟକ ହେଉଥିବା ବେଳେ ସଜିବନ ସଜନା ଛକା ମାରି ଦଳକୁ ବିଜୟୀ କରାଇଥିଲେ । ୧୭୨ ରନ୍ର ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ବଲ୍ରେ ଓପନର ହେଲି ମାଥ୍ୟୁସଙ୍କ ୱିକେଟ୍ ହରାଇଥିଲା । ଅନ୍ୟ ଓପନର ୟସ୍ତିକା ଭାଟିଆ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ନାତାଲି ସ୍କିଭର-ବ୍ରଣ୍ଟ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିଥିଲେ । ଉଭୟ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚାଇବା ପରେ ବ୍ରଣ୍ଟ ୧୯ ରନ୍ କରି ପାଭିଲିୟନ ଫେରିଥିଲେ । ହରମନପ୍ରୀତ୍ କୌର ଗ୍ରାଉଣ୍ଡକୁ ଓହ୍ଲାଇବା ପରେ ବାଜି ପଲଟିଥିଲା । ଉଭୟ ପଟୁ ଆକ୍ରମଣ ଜାରି ରହିଥିଲା । ୫୬ରନ୍ର ଭାଗିଦାରୀ ଗଠନ ହୋଇଥିଲା । ୟସ୍ତିକା ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୪୮ଟି ବଲରୁ ୮ଚୌକା ଓ ୨ଛକା ବଳରେ ୫୭ ରନ୍ କରିଥିବାବେଳେ ୟସ୍ତିକାଙ୍କୁ ଆଉଟ୍ କରି ଅରୁନ୍ଧତି ରେଡ୍ଡୀ ଦିଲ୍ଲୀ ଶିବିରରେ ରୋମାଞ୍ଚ ଭରିଦେଇଥିଲେ । ଦିଲ୍ଲୀ ପ୍ରବଳ ଚାପ ପକାଇଥିଲା । ମାତ୍ର ହରମନପ୍ରୀତ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ବିଜୟ ନିକଟତର କରାଇଥିଲେ ।
wp:embed {"url":"https://www.prameyanews7.com/wpl-opening-ceremony-shah-rukh-khan-kartik-aaryan-shahid-kapoor-performance/","type":"wp-embed","providerNameSlug":"prameya-news-7"} /wp:embedଶେଷ ଓଭରରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ହେଉଥିଲା । ପ୍ରଥମ ବଲ୍ରେ ପୂଜା ବସ୍ତ୍ରାକର ଆଉଟ୍ ହୋଇଥିଲେ ହେଁ ପରବର୍ତ୍ତୀ ୩ଟି ବଲ୍ରେ ୭ରନ୍ ସଂଗୃହୀତ ହୋଇଥିଲା । ପଞ୍ଚମ ବଲ୍ରେ ହର୍ମନପ୍ରୀତ ହୋଇଥିଲେ । ମୁମ୍ବାଇ ଶିବିର ଶାନ୍ତ ପଡ଼ଇ ଯାଇଥିଲା । ମାତ୍ର ସଜନା ଶେଷ ବଲ୍ରେ ଛକା ମାରି ଦିଲ୍ଲୀ ପଞ୍ଝାରୁ ବିଜୟ ଛଡ଼ାଇ ଆଣିଥିଲେ । ହର୍ମନପ୍ରୀତ ୩୪ଟି ବଲ୍ରୁ ୭ଚୌକା ଓ ୧ଛକଗା ବଳରେ ୫୫ ରନ୍ କରିଥିଲେ । ଆଜି ରଙ୍ଗା ରଙ୍ଗ ଉଦଘାଟନୀ ଉତ୍ସବ ପରେ ଖେଳ ଆରମ୍ଭ ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ୫/୧୭୧ ରନ୍ କରିଥିଲା । ଦଳ ପକ୍ଷରୁ ଆଲିସ କ୍ୟାପ୍ସି ୭୫(୮ଚୌକା, ୩ଛକା), ଜେମିମା ରୋଡ୍ରିଗ୍ସ ୪୨(୫ଚୌକା, ୨ଛକା) ଓ ମେଗ ଲ୍ୟାନିଂ ୩୧(୩ଚୌକା, ୧ଛକା) ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ସ୍କିଭର-ବ୍ରଣ୍ଟ ଓ ଆମେଲିଆ କର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
wp:embed {"url":"https://www.prameyanews7.com/stranger-person-paid-sonu-sood-dinner-bill/","type":"wp-embed","providerNameSlug":"prameya-news-7"} /wp:embed