ମୁମ୍ବାଇ ୧୪।୧୦ : ଆଇପିଏଲ୍ ୨୦୨୫ । ଏବେ ଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସବୁ ଟିମ୍ ନିଜ ନିଜ ସ୍କ୍ୱାର୍ଡ ନେଇ ଚିନ୍ତାର ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । କେଉଁ ଖେଳାଳିଙ୍କୁ ରିଟେନ୍ କରାଯିବ.. ଆଉ ଖେଳାଳିଙ୍କୁ ଆରଟିଏମ୍ ଜରିଆରେ ଟିମ୍ରେ ସାମିଲ କରାଯିବ । ସେନେଇ ଆସିଛି ବଡ଼ ଅପଡେଟ୍ ।
ଆଇପିଏଲ୍ ଇତିହାସର ସବୁଠୁ ସଫଳ ଟିମ୍ ଯଦି ଗଣାହୁଏ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ନାଁ ଏହି ତାଲିକାରେ ଆସିବ । ରୋହିତ ଶର୍ମାଙ୍କ ଅଧିନାୟକରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଟାଇଟଲ ଜିତିଥିବା ଟିମ୍ । ହେଲେ ୨୦୨୪ ରୋହିତ ଶର୍ମା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେତେଟା ଖାସ୍ ନଥିଲା । ପ୍ରଥମ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା, ତାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା । ଯାହାକି ପୁରା ଟିମ୍ର ସନ୍ତୁଳନ ବିଗାଡି ଦେଇଥିଲା ।ଏପିରିକି କାଗଜ କଳମରେ ଦମ୍ଦାର ଲାଗୁଥିବା ଟିମ୍ , ପଏଣ୍ଟ ତାଲିକାର ଶେଷ ରହିବାକୁ ସନ୍ତୁଷ୍ଟ ହୋଇଥିଲା । ହେଲେ ସମୟ ବଦଳିଛି । ଏବେ ୨୦୨୫ ସିଜିନ୍ ପାଇଁ ଚାଲିଛି ପ୍ରସ୍ତୁତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ରୋହିତ ଶର୍ମାଙ୍କୁ ରିଟେନ୍ କରିବନି ମୁମ୍ବାଇ ଇଣ୍ଡିଆନ୍ସ । ଯାହାଫଳରେ ରୋହିତ ଶର୍ମା ଡାଇରେକ୍ଟ ଅକ୍ସନରେ ସାମିଲ ହେବେ । ଏହାବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟଙ୍କୁ ଦଳ ୧୮ କୋଟିରେ ରିଟେନ୍ କରିପାରେ । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କୁ ୧୪ କୋଟିରେ ରିଟେନ୍ କରିପାରେ ପ୍ରାଞ୍ଚାଇଜ୍ । ବାକି ଜଶପ୍ରୀତ୍ ବୁମ୍ରାଙ୍କୁ ୧୧ କୋଟିରେ ରିଟେନ୍ କରିବାର ଖବର ରହିଛି । ବାକି ଇଶାନ କିଷାନ, ତିଲକ ବର୍ମା, ଆକାଶ ମେଘାଓ୍ୱାଲ, ଟ୍ରାଭିସ୍ ହେଡ୍ ପରି ଖେଳାଳିଙ୍କୁ ମଧ୍ୟ କିଛିଙ୍କୁ ରିଟେନ୍ କରିପାରେ ଦଳ । ଏମାନଙ୍କ ଦଳ ରାଇଟ୍ ଟୁ ମ୍ୟାଚ୍ (RTM) ଜରିଆରେ ଦଳରେ ସାମିଲ କରିପାରେ । ହେଲେ ବର୍ତ୍ତମାନ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରିଟେନ୍ସ ନେଇ କୌଣସି ଆଧିକାରୀକ ବୟାନ ଆସିନାହିଁ । ଦେଖାଯାଉ ଆଗାମୀ ଦିନରେ ହେବାକୁ ଥିବା ମେଗା ଅକ୍ସନରେ କାହାକୁ ଦଳ ରଖୁଛି.. ଆଉ କାହାକୁ ଛାଡୁଛି ।
IPL 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ପଦକ୍ଷେପ, ବାଉଚରଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ କଲା ହେଡ୍ କୋଚ୍