ମହିଳା ପ୍ରିମିୟର ଲିଗ୍‌; ଗୁଜରାଟ ଜାଏଣ୍ଟ୍‌ସକୁ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | February 26, 2024 IST

ବେଙ୍ଗାଲୁରୁ,୨୬/୦୨: ମହିଳା ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ବିଜୟ । ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍‌ସ ୯ ୱିକେଟ୍‌ ବିନିମୟରେ ୧୨୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ  ଇଣ୍ଡିଆନ୍ସ ୧୮.୧ ଓଭରରେ ୫ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । 

ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ ନିଷ୍ପତ୍ତି  ନେଇଥିଲା । ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର  ସବନିମ ଇସମାଇଲ ଘାତକ ବୋଲିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ବେଦା କ୍ରିଷ୍ଣମୂର୍ତ୍ତୀ ଖାତା ଖୋଲିପାରି ନଥିବା ବେଳେ ହର୍ଲିନ ଦେଓଲ ୮ରନ୍‌  କରିଥିଲେ । ଅନ୍ୟ ଓପନର ବେଥ ମୁନି ସତର୍କତାର  ସହ ଖେଳି ୨୪ ରନ୍‌ କରିଥିଲେ ହେଁ ସେ ଶେଷରେ ସବିନମଙ୍କ ଶୀକାର ସାଜିଥିଲେ ।

ନ୍ୟୁଜିଲାଣ୍ଡ ଲେଗ୍ ସ୍ପିନର ଆମେଲିଆ କେର ମଧ୍ୟ ଭାଗ ବ୍ୟାଟରଙ୍କୁ  ସହଳ ପାଭିଲିୟନ ପଠାଇଥିଲେ । ଫଳରେ  ଗୁଜରାଟ ୧୨୬ ରନ୍‌ରେ ଅଟକି ଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ତନୁଜା କୱଁର ୨୮, କାଥରିନ  ବ୍ରାଇସ ଅପରାଜିତ ୨୫ ଓ ଆସଲି ଗାର୍ଡନର ୧୫  ରନ୍‌ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି  ନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆମେଲିଆ ୧୭ ରନ୍‌ରେ ୪ଟି ୱିକେଟ୍‌ ନେଇଥିଲେ । ସେହିପରି ଇସମାଇଲ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । 

wp:embed {"url":"https://www.prameyanews7.com/ranchi-test-excitement-indias-path-to-victory-is-clear-need-152-runs-to-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ranchi-test-excitement-indias-path-to-victory-is-clear-need-152-runs-to-win/
/wp:embed

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ସହଳ  ୩ଟି ୱିକେଟ୍‌ ହରାଇଥିଲା । ମାତ୍ର ହର୍ମନପ୍ରୀତ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ସେ ୫ ଚୌକା ଓ ୧ ଛକା  ବଳରେ ଅପରାଜିତ ୪୨ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ କେର୍ ୩୧  ଓ ନାତାଲି ସ୍କିଭର-ବ୍ରଣ୍ଟ ୨୨ ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.