oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାଦ୍ ପଡିବା ପରେ ଭାବବିହ୍ଵଳ ଟୁଇଟ୍ କଲେ ରୋହିତ ଶର୍ମା, ଲେଖିଲେ…

25/04/2022 at 7:31 PM

ମୁମ୍ବାଇ: ଆଇପିଏଲ ୨୦୨୨ରେ ମୁମ୍ଵାଇ ଇଣ୍ଡିଆନ୍ସର ନିରାଶ ଜନକ ପ୍ରଦର୍ଶନ ଜାରି ରହିଛି। ଦଳ ଏ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୮ ମ୍ୟାଚ୍‌ ହାରି ସାରିଛି। ମୁମ୍ବାଇ ରବିବାର ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠୁ ପରାଜିତ ହୋଇଛି। ଏହି ଲଜ୍ଜାଜନକ ପରାଜୟ ସହ ମୁମ୍ବାଇ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରୁ ବାଦ୍ ପଡିଛି। ଦଳର ଏମିତି ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମା ଏକ ଭାବବିହ୍ଵଳ ଟୁଇଟ୍ କରିଛନ୍ତି।

ରୋହିତ ଲେଖିଛନ୍ତି, ଆମେ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନାହୁଁ। କ୍ୟାରିୟରରେ ଏମିତି ମଧ୍ୟ ହୋଇଥାଏ। ଅନେକ ଦିଗ୍‌ଜ ଖେଳାଳି ଏମିତି ସ୍ଥିତି ଦେଇ ଗତି କରିଛନ୍ତି। ମାତ୍ର ମୁଁ ଏହି ଦଳର ବାତାବରଣକୁ ବହୁତ ଭଲ ପାଏ। ଏଥିସହ ଆମର ସେହି ଶୁଭଚିନ୍ତକଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି ଯେଉଁମାନେ ଏ ପର୍ଯ୍ୟନ୍ତ ଏହି ଦଳ ପ୍ରତି ବିଶ୍ଵାସ ଏବଂ ଅତୁଟ ନିଷ୍ଠା ଦେଖାଇଛନ୍ତି।

ଆଶା କରାଯାଉଥିଲା ମୁମ୍ବାଇ ଇଣ୍ଡିଆନ୍ସ ନିଜର ଘରୋଇ ଗ୍ରାଉଣ୍ଡରେ ସିଜିନର ପ୍ରଥମ ବିଜୟ ହାସଲ କରିବ। ହେଲେ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହାତରୁ ୩୬ ରନରେ ପରାଜିତ ହୋଇଥିଲା। ରେକର୍ଡ ପାଞ୍ଚ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସରେ ନିଜର ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି। ଦଳ ପାଇଁ ଓପନିଂ ଯୋଡି ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି। ରୋହିତ ଶର୍ମା  ନିଜେ ୮ଟି ମ୍ୟାଚରେ ୨୦ରୁ କମ ହାରରେ ୧୫୩ ରନ କରିଛନ୍ତି। ଅନ୍ୟପଟେ ଇଶାନ କିଷନ ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ ପରେ ବାକି ମ୍ୟାଚ୍‌ରେ ପ୍ରତି ରନ ପାଇଁ ସଂଘର୍ଷ କରୁଛନ୍ତି।

   Related Posts