ଆଇସକ୍ରିମରୁ ବାହାରିଥିବା ଆଙ୍ଗୁଠି ଫ୍ୟାକ୍ଟ୍ରିକର୍ମଚାରୀଙ୍କ କି ନାହିଁ, ସ୍ପଷ୍ଟ କରିବ DNA ରିପୋର୍ଟ

Published By : Prameya-News7 Bureau | June 19, 2024 IST

ମୁମ୍ବାଇ ୧୯/୬: ଆଇସକ୍ରିମରୁ କଟା ଆଙ୍ଗୁଠି ମିଳିବା ଘଟଣାରେ ସାମ୍ନାକୁ ଆସିଛି ସତ । କୁହାଯାଇଛି ବାହାରିଥିବା ଆଙ୍ଗୁଠି ସେହି ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ କର୍ମଚାରୀଙ୍କର । କାରଖାନାରେ କାମ କରୁଥିବାବେଳେ ଦୁର୍ଘଟଣାରେ ତାଙ୍କର ଆଙ୍ଗୁଠି କଟି ଯାଇଥିଲା । ଆଉ ଭୁଲ ବଶତଃ ତାହା ଆଇସକ୍ରିମ ସହ ରହିଯାଇଥିଲା । ଏହା ପରେ ଆଇସକ୍ରିମରୁ ତାଙ୍କର ଆଙ୍ଗୁଠି ବାହାରିଥିଲା । 

କିଛି ଦିନ ତଳେ ମୁମ୍ବାଇର ଜଣେ ଡାକ୍ତର ବଟରସ୍କଚ କୋନ୍ ଆଇସକ୍ରିମ ଅର୍ଡର କରିଥିଲେ । ଏହି ଆଇସକ୍ରିମ କୋନରୁ ଏକ ମଣିଷର କଟା ଆଙ୍ଗୁଠି ମିଳିଥିଲା । ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଚର୍ଚ୍ଚା ହୋଇଥିଲା । ପୋଲିସରେ ଅଭିଯୋଗ ପରେ ଏହା ସତ ମିଛ ଜାଣିବାକୁ ଫରେନସିକ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଆସିଛି । 

ପୁନେରେ ଥିବା ୟୋମୋ ଆଇସକ୍ରିମ କାରଖାନାର ଏହି ଘଟଣାକୁ ନେଇ ପୋଲିସ ଜାରି ରଖିଛି ଛାନଭିନ । କର୍ମଚାରୀମାନଙ୍କର ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଛି । ଡିଏନ୍‌ଏ ରିପୋର୍ଟ ଆସିବା ପରେ ଆଇସକ୍ରିମରୁ ବାହାରିଥିବା ଆଙ୍ଗୁଠି କର୍ମଚାରୀଙ୍କର କି ଆଉ କାହାର ସ୍ପଷ୍ଟ ହୋଇଯିବ । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (FSSAI) ୟୋମୋ ଆଇସ୍‌କ୍ରିମ କମ୍ପାନୀର ଲାଇସେନ୍ସ ବାତିଲ କରିଦେଇଛି ।  ଏଥିସହ ଅନିର୍ଦ୍ଧିଷ୍ଟ କାଳ କଂପାନୀକୁ ସିଲ୍‌ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.