କାଚ ଭାଙ୍ଗିବା ସହ ଖୋଲିଗଲା ମୁମ୍ବାଇ ଡ୍ୟାନ୍ସବାରର ଗୁମର,୧୪ ଘଣ୍ଟାର ତଲାସ ପରେ ଜଣେ କି ଦୁଇଜଣ ନୁହଁ ଏକ ସଙ୍ଗରେ ଉଦ୍ଧାର ହେଲେ ୧୭ ବାରଗାର୍ଲ

Published By : Prameya-News7 Bureau | December 14, 2021 IST

ଅନ୍ଧେରୀ ୧୪।୧୨: ମୁମ୍ବାଇ ଅନ୍ଧେରୀରେ କରୋନା କାଳରେ ବି ଚାଲିଥିଲା ଡ୍ୟାନ୍ସ ବାର। ରସିକିଆ ଲୋକେ ତାଟି କବାଟ ବନ୍ଦ ମୁମ୍ବାଇର ଡ୍ୟାନ୍ସବାରକୁ ଯାଇ ବେଶ୍ ମଜା ଲୁଟୁଥିଲେ। ଖୁବ୍ ଗୋପନରେ ଚାଲିଥିବା ଡ୍ୟାନ୍ସବାରର ସତ୍ୟତା ଏବେ ସାମ୍ନାକୁ ଆସିସାରିଛି। ଦୀପା ଡ୍ୟାନ୍ସ ବାରର ମେକଅପ ରୁମ କାଚ ପଛପଟେ ଥିବା ଷ୍ଟୋରରୁ ପୋଲିସ ଏକକାଳୀନ ୧୭ ଜଣ ବାର ଡ୍ୟାନ୍ସରଙ୍କୁ ଉଦ୍ଧାର କରିବା ସମସ୍ତଙ୍କୁ ତାଜ୍ଜୁବ କରିଛି। ମୁମ୍ବାଇରେ ଗତ ୧୨ ଓ ୧୩ ଡିସେମ୍ବର ଦୁଇ ଦିନ ଧରି ଏହି ଡ୍ୟାନ୍ସ ବାରରେ ପୋଲିସ ଚଢଉ ଜାରି ରଖିଥିଲା।

{"id":559743,"width":841,"height":1366,"sizeSlug":"full","linkDestination":"none"}

ମୁମ୍ବାଇରେ କରୋନା ଯୋଗୁ ହାଟବାଟ ବନ୍ଦ ଥିବା ବେଳେ ବି ଏହି ଡ୍ୟାନ୍ସ ବାରରେ କାରବାର ଚାଲୁଥିବାର ମୁମ୍ବାଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ଥିଲା। ହେଲେ ଯେତେବେଳେ ବି ପୋଲିସ ବାର ଉପରେ ଚଢଉ କରିବାକୁ ଯାଉଥିଲା ସେଠାରେ ଲୋକଙ୍କୁ ପଇବା ଓ ପିଆଉଥିବା ଦେଖୁଥିଲେ। ହେଲେ ବାରରେ ଜଣେ ବି ମହିଳାଙ୍କ ଉପସ୍ଥିତି ନ ପାଇ ଫେରି ଆସୁଥିଲେ। ତେବେ ୧୨ ଡିସେମ୍ବାର ରାତି ବାର ଲାଗି ଅଶୁଭ ସାବ୍ୟସ୍ତ ହୋଇଥିଲା। ଏଥିର ପୋଲିସ ଆଉ ବାର ଛାଡି ଫେରିନଥିଲା।

{"id":559736,"width":839,"height":630,"sizeSlug":"full","linkDestination":"none"}

୧୪ ଘଣ୍ଟା ଧରି ଚାଲିଥିଲା ଅପରେସନ
ପୋଲିସ ସୂଚନା ଅନୁସାରେ ୧୨ ତାରିଖ ରାତିରେ ବାରକୁ ଯାଇଥିଲା। ବେଶ ସ୍ୱଭାବିକ ଥିଲା ଭିତରରେ ଅବସ୍ଥା। ଏହା ଏକ ମଦ୍ୟ ବାର ଥିଲା। ଭିତରେ ଜଣେ ବି ମହିଳା ନଥିଲେ। ବାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ଜଣଜଣ କରି ପଚରା ଉଚରା କରିଥିଲା ପୋଲିସ। ହେଲେ କରୋନା ପରେ ଏଠାରେ ନାଚଗୀତ ଆଉ ହେଉ ନଥିବା ସମସ୍ତେ କହିଥିଲେ। ଘଣ୍ଟା ପରେ ଘଣ୍ଟା ଗଡି ଚାଲିଥିଲା। ପୋଲିସ କାନ୍ଥରୁ ଆରମ୍ଭ କରି ମେଜିଆ ପର୍ଯ୍ୟନ୍ତ ତନ୍ନତନ୍ନ ଯାଞ୍ଚ କରୁଥିଲା।

ସନ୍ଦେହକୁ ଆସିଥିଲା ମେକଅପ ରୁମ ଆଇନା
ତେବେ ପୋଲିସ ଯାଞ୍ଚ କାଳରେ ସବୁଆଡୁ ନିରାଶ ହେବା ପରେ ମେକଅପ ରୁମରେ ଅଟକି ଯାଇଥିଲା। ତାଜା ଥିଲା ମେକଅପ ସାମଗ୍ରୀ। ସନ୍ଦେହ ଘନିଭୂତ ହୋଇଥିଲା। ମେକଅପ ରୁମର ଆଇନ ଖୋଲିବାକୁ ଚେଷ୍ଟା କରିଥିଲା। ହେଲେ ଆଇନା ଏପରି ଲଗାଯାଇଥିଲା ଯେ ଖୋଲିବା ସମ୍ଭବ ନଥିଲା। ତଦନ୍ତର ୧୪ତମ ଘଣ୍ଟାରେ ପୋଲିସ ଆଇନା ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା।

{"id":559742,"width":838,"height":1148,"sizeSlug":"full","linkDestination":"none"}

ପଛପଟେ ଥିଲା ଇଲେକ୍ଟ୍ରୋନିକ ବଟମ
ହାତୁଡି ମଗାଇ ପୋଲିସ ଆଇନା ଭାଙ୍ଗିଥିଲା। ହେଲେ କିଛିବି ସଫଳତା ମିଳିନଥିଲା। ଏଥିରେ ହାତୁଡିରେ ମାଡରେ ଇଲେକ୍ଟ୍ରୋନିକ ବଟନ ଭାଙ୍ଗିଯିବା ଖୋଲିଦେଇଥିଲା ଗୁମର। ସ୍ୱିଚ୍ ଭାଙ୍ଗିବା ସହ ପଛପଟେ ଥିବା ପ୍ଲାଇ ଦରଜା ହଟିଯାଇଥିଲା। ସେପଟେ ଷ୍ଟୋରରେ ଥିବା ଯୁବତୀଙ୍କ ସାଣ୍ଡାଲ ଦେଖା ଯାଇଥିଲା। ମହିଳା ପୋଲିସଙ୍କୁ ଡକାଇ ଜଣଜଣ କରି ବାହାରକୁ କାଢିବା ପରେ ଗଣତି ଆରମ୍ଭ କରିଥିଲା ପୋଲିସ।

ବାହାରିଲେ ୧୭ ଯୁବତୀ
ପୋଲିସର ୧୪ ଘଣ୍ଟା କାଳ ପରିଶ୍ରମ ପରେ ବାରର ସବୁ ସତ୍ୟତା ପଦାରେ ପକାଇ ଦେଇଥିଲା। ବାର କରୋନା କାଳରେ ବି ସରକାରଙ୍କ ଆଇନ ଭାଙ୍ଗି ଖାସ ଗ୍ରାହକଙ୍କ ଲାଗି ଡ୍ୟାନ୍ସ ବାର ଚଳାଉଥିଲା। ଲୋକେ ପାଖାପାଖି ବି ହେଉଥିଲେ। ଉଦ୍ଧାର ବାର ଲଳନାମାନଙ୍କର ପୋଲିସ ଗଣତି କରିଥିଲା। ୧୪ ଘଣ୍ଟା ପରେ ୧୭ ଜଣ ଉଦ୍ଧାର ହେବା ସେଠାରେ ଉପସ୍ଥିତ ଗ୍ରାହକ, ମ୍ୟାନେଜର ଓ କର୍ମଚାରୀଙ୍କ ମୁଁହ ଫିକା କରିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.