Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ନାବାଳିକାକୁ ଆଜା..ଆଜା..କହିବା ଯୌନ ଉତ୍ପୀଡ଼ନ, ଅଭିଯୁକ୍ତକୁ ଦଣ୍ଡିତ କଲେ ମୁମ୍ବାଇ କୋର୍ଟ

19/02/2023 at 6:08 PM

ମୁମ୍ବାଇ ୧୯।୨: ଡିଣ୍ଡୋସୀ ସେସନ କୋର୍ଟ  ୨୦୧୫ ମସିହାରେ ଟ୍ୟୁସନକୁ କ୍ଲାସ କରିବାକୁ ଯାଉଥିବା ଜଣେ ନାବାଳିକା ଛାତ୍ରୀକୁ ପିଛା କରିବା ଓ ଆଜା…ଆଜା.. କହିବା ଅଭିଯୋଗରେ ୩୨ ବର୍ଷିୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରିଛନ୍ତି। କୋର୍ଟ ଦୋଷୀକୁ ୧ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ତେବେ ଦୋଷୀ ଜଣେ ପାରିବାରିକ ବ୍ୟକ୍ତି ହୋଇଥିବାରୁ ତା ଓକିଲ ଦଣ୍ଡ କୋହଳ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି।

୧୫ ବର୍ଷ ବୟଷ୍କା ନାବାଳିକାର ମା ପୋଲିସରେ ଏତଲା କରିଥିଲେ। ଏଥିରେ ନାବାଳିକା ଛାତ୍ରୀ ପ୍ରତ୍ୟେକ ଦିନ ସ୍କୁଲ ଯାଏ ଓ ସ୍କୁଲରୁ ଫେରି ଟ୍ୟୁସନ ଯାଏ ବୋଲି ତା ମା ସୂଚିତ କରିଥିଲେ। ତେବେ ୧ ସେପ୍ଟେମ୍ବର ୨୦୧୫ ମଧ୍ୟାହ୍ନ ପ୍ରାୟ ଗୋଟାଏ ୫୦ ମିନିଟ୍‌ରେ ନାବାଳିକା ସାଇକେଲରେ ଟ୍ୟୁସନ ଯାଉଥିବା ବେଳେ ଅଭିଯୁକ୍ତ ଛାତ୍ରୀକୁ ଆଜା ଆଜା କହି ପିଛା କରିଥିଲା। ଏଥିରେ ଛାତ୍ରୀ ଡରିଯାଇ ଆଖପାଖରେ ଥିବା ଲୋକଙ୍କୁ ସହାୟତା ନିବେଦନ କରିଥିଲେ। ତେବେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା।

ଅଭିଯୋଗରେ ସେପ୍ଟେମ୍ବର ୩ ତାରିଖ ଦିନ ମଧ୍ୟ ଅଭିଯୁକ୍ତ ରାସ୍ତାରେ ସେହିଭଳି ହଇରାଣ କରିଥିଲା ଓ ତା ପରଦିନ ଛାତ୍ରୀଙ୍କ ଘର ନିକଟକୁ ଆସିବା ସହ ଛାତ୍ରୀଙ୍କ ଉପରେ ନଜର ରଖିବାରେ ଲାଗିଥିଲା। ଏ ବାବଦେ ଛାତ୍ରୀ ଅଭିଭାବକଙ୍କୁ ଜଣାଇବାରୁ ଅଭିଯୁକ୍ତର ସନ୍ଧାନ କରାଯାଇଥିଲା ଓ ସେପ୍ଟେମ୍ବର ୬ ତାରିଖ ଦିନ ଛାତ୍ରୀ ଅଭିଯୁକ୍ତକୁ ଭିଡରେ ଚିହ୍ନି ଦେଇଥିଲା। ଏହି ମାମଲାର ଶୁଣାଣିରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା ଓ ତା ବିରୋଧରେ ଆଗତ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲା।

ତେବେ କୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏ.ଜେଡ୍ ଖାନ୍ ଅଭିଯୋଗକାରୀଙ୍କ ପକ୍ଷ କୋର୍ଟରେ ଅଭିଯୁକ୍ତ ନା ବାଳିକାର ପିଛା କରିବା ଓ ଆଜା ଆଜା କହିବା ପ୍ରମାଣିତ କରିଛନ୍ତି। ନା ବାଳିକାକୁ ବାରମ୍ବାର ଆଜା ଆଜା.. କହି ସମ୍ବୋଧିତ କରିବା ଯୌନ ଉତ୍ପିଡ଼ନ ବୁଝା ଯାଉଥିବା କୋର୍ଟ କହିଛନ୍ତି। ଅଭିଯୁକ୍ତ ଦ୍ୱାରା କରାଯାଇଥିବା ଅପରାଧ କୌଣସି ଚାପରେ ନୁହେଁ କି ନାବାଳିକା ଦ୍ୱାରା ଉସକେଇବା ଯୋଗୁ ହୋଇ ନାହିଁ। ଏହା ସତ୍ତ୍ୱେ ଅଭିଯୁକ୍ତ ନାବାଳିକା ପ୍ରତି ଏପରି ଆଚରଣ କରିବା ସାଧାରଣ ଅପରାଧ ଅନ୍ତର୍ଗତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଣୁ ଅଭିଯୁକ୍ତ ବିରୋଧରେ  ପୋକସୋ ଆଇନ ଲାଗୁ ହେଉଥିବା କହିଛନ୍ତି। 

ତେବେ ଅଭିଯୁକ୍ତ ଏକ ବିବାହିତ ଓ ୩ ବର୍ଷ ଝିଅର ପିତା ହୋଇଥିବାରୁ ଏହାକୁ ନଜରରେ ରଖି ତା ପ୍ରତି ଦଣ୍ଡ କୋହଳ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କୋର୍ଟ ଏପରି କରିହେବ ନାହିଁ ବୋଲି ସଫା ସଫା ଶୁଣାଇବା ସହ ଅଭିଯୁକ୍ତକୁ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୧ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି।

   Related Posts