ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟଙ୍କ ଅବମାନନା ନୋଟିସ୍

Published By : Prameya-News7 Bureau | November 29, 2024 IST

barandbench

ମୁମ୍ବାଇ: ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଅବମାନନା ନୋଟିସ୍ ଜାରି କଲେ ମୁମ୍ବାଇ କୋର୍ଟ। ଏକ ଅପମାନଜନକ ଭିଡିଓ ୟୁଟ୍ୟୁବ୍‌ରୁ ପ୍ରତ୍ୟାହାର କରିବାରେ ବିଫଳ ହେବାରୁ ନଭେମ୍ବର ୨୧ ତାରିଖରେ ମୁମ୍ବାଇର ବଲାର୍ଡ ପିଅର୍ ଠାରେ ଥିବା ଅତିରିକ୍ତ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ ପିଚାଇଙ୍କୁ ନୋଟିସ୍ କରିଛନ୍ତି।

ଏନଜିଓ ଧ୍ୟାନ ଫାଉଣ୍ଡେସନ ଏବଂ ଏହାର ପ୍ରତିଷ୍ଠାତା ଯୋଗୀ ଅଶ୍ୱିନୀଙ୍କ ବିରୋଧରେ ଅପମାନଜନକ ଭିଡିଓ ୟୁଟ୍ୟୁବ୍‌ରୋ ପୋଷ୍ଟ କରାଯାଇଥିଲା। କୋର୍ଟ ଅବମାନନା ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତାବର୍ଷ ଜାନୁଆରୀ ୩ ତାରିଖରେ ହେବ।  

ମାର୍ଚ୍ଚ ୨୦୨୩ରେ, ବଲାର୍ଡ ପିଆରର କୋର୍ଟର ୩୮ ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ୟୁଟ୍ୟୁବ୍‌କୁ “ପାଖଣ୍ଡି ବାବା କି କରତୁତ(ଭଣ୍ଡ ବାବାର କାରନାମା)” ନାମକ ଏକ ଅପମାନଜନକ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଭିଡିଓରେ ମିଥ୍ୟା ତଥ୍ୟ ଓ ଅପାମାନଜକ କଥା ରହିଥିବା ଧ୍ୟାନ ଫାଉଣ୍ଡେସନ ଅଭିଯୋଗ କରିଥିଲା। ଏହାପରେ କୋର୍ଟ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। 

ଅନ୍ୟପଟେ ଗୁଗଲ ଟେକ୍ନିକାଲି ନିଜ ତର୍କ ରଖିଥିଲା। ଏଥିରେ ଯୁକ୍ତି ଦର୍ଶାଯାଇଥିଲା ଯେ ଯେ ମାନହାନୀ ଆଇନର ଧାରା ଆଇଟି ଆକ୍ଟ ୬୯-ଏ ଅଧୀନରେ ଆସୁ ନାହିଁ, ଯାହା କଣ୍ଟେଣ୍ଟ ବ୍ଲକ୍ କରିବାକୁ ଅନୁମତି ଦେଇଥାଏ। ଏଭଳି ଅଭିଯୋଗ ସିଭିଲ କୋର୍ଟରେ ସମାଧାନ ହେବା ଦରକାର କ୍ରିମିନାଲ କୋର୍ଟରେ ନୁହେଁ ବୋଲି ଗୁଗଲ କହିଥିଲା। ସେପଟେ କୋର୍ଟ କିନ୍ତୁ କମ୍ପାନୀର ତର୍କକୁ ପ୍ରତ୍ୟାଖାନ କରି କହିଥିଲେ ଯେ ଆଇଟି ଆକ୍ଟ ଏହି ସବୁ ମାମଲାରେ କ୍ରିମିନାଲ କୋର୍ଟଙ୍କ ହସ୍ତକ୍ଷେପକୁ ବନ୍ଦ କରି ନାହାନ୍ତି। ତେବେ ଭିଡିଓ ଶାନ୍ତିଭଙ୍ଗ କରିପାରେ ବୋଲି ମାଜିଷ୍ଟ୍ରେଟ୍ ଉପଲବ୍ଧି କରି ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୟୁଟ୍ୟୁବ ନ ହଟାଇବାରୁ କୋର୍ଟ ମାମଲା ପିଚାଇଙ୍କୁ ନୋଟିସ୍ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.