ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ
26/03/2023 at 9:35 PM

ମୁମ୍ବାଇ: ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଯୁବକ ଗିରଫ। ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଭାବେ ଚଢ଼ାଉ କରି ଧାକଡ଼ ରାମ ବିଷ୍ଣୋଇ(୨୧) ନାମକ ଜଣେ ଯୁବକକୁ ଗିରଫ କରିଛି।
ଦୁଇତିନି ଦିନ ତଳେ ଧାକଡ଼ ରାମ ସଲମାନଙ୍କ ଅଫିସ୍କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଇଥିଲା। ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମ ଅବସ୍ଥା ହେବ ବୋଲି ମେଲ୍ରେ ଲଖାଯାଇଥିଲା। ଏହାପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଯୋଜନା ଆରମ୍ଭ କରିଦେଇଥିଲା।
ପୁଲିସର ସୂଚନା ଅନୁସାରେ, ଧାକଡ଼ ବିଷ୍ଣୋଇ ରାଜସ୍ଥାନ ଯୋଧପୁରର ଲୁନି ତାନା ଅଧିନସ୍ଥ ରୋହିଚା କଲାନ ଗାଁର ନିବାସୀ। ପୂର୍ବରୁ ଏକ ଆର୍ମ ଆକ୍ଟରେ ସେ କୋର୍ଟରୁ ବେଲ୍ ପାଇ ପାଇ ଜେଲ୍ରୁ ମୁକୁଳିଥିଲା।

ସୂଚନା ଅନୁସାରେ ସଲମାନଙ୍କୁ ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବାନ୍ଦ୍ରା ପୁଲିସ ଷ୍ଟେସନ୍ରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ନିୟମିତ ସଲମାନଙ୍କ ବାନ୍ଦ୍ରା ସ୍ଥିତ ଘର ଓ ମ୍ୟାନେଜ୍ମେଣ୍ଟ କମ୍ପାନୀକୁ ଗସ୍ତ କରିଥିଲା।
ଧମକ ନେଇ ଗୁଞ୍ଜଲକର ନାମକ ବ୍ୟକ୍ତି ଥାନାରେ ମାମଲା କରିଥିଲେ। ସେ ସଲମାନଙ୍କ ଅଫିସ୍ ଆସିବା ପରେ ରୋହିତ ଗର୍ଗ ନାମରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା ବୋଲି ଗୁଞ୍ଜଲକର ଅଭିଯୋଗ କରିଥିଲେ।