ଲକ୍ଷ୍ମୀସାଗର ଥାନାରେ ବାରଗାର୍ଲଙ୍କ ହଙ୍ଗାମା,ବୁଝାଇସୁଝାଇ ମୁମ୍ବାଇ ପଠାଇଲା ପୋଲିସ

Published By : Prameya-News7 Bureau | May 20, 2024 IST

ଭୁବନେଶ୍ବର ୨୦/୫: ଭୁବନେଶ୍ବରରେ ହଙ୍ଗାମା କଲେ ମୁମ୍ବାଇ ବାରଗାର୍ଲ । ରବିବାର ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ନିକଟରେ ବାରଗାର୍ଲଙ୍କ ଉତ୍ପାତ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ପୁରା ଘଟଣା କିଛି ଏମିତି । ମୁମ୍ବାଇରୁ ଏହି ଅଣଓଡିଆ ବାର ଗାର୍ଲ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ବରରେ ପହଞ୍ଚିଥିଲେ । ପରେ ତାଙ୍କୁ ବାରଗାର୍ଲ ରହୁଥିବା ହୋଟେଲରେ ଛାଡିଥିଲେ ପୁରୁଷ ବନ୍ଧୁ । ତେବେ ପୁରୁଷ ବନ୍ଧୁଙ୍କ ଫୋନ ନଲାଗିବାରୁ ରାଗିଯାଇଥିଲେ ଯୁବତୀ । 

ହୋଟେଲରେ ପାଟିତୁଣ୍ଡ କରିବା ସହ ଥାନାକୁ ଆସି ହଙ୍ଗାମା କରିଥିଲେ । ଏକ ବାର୍‌ରେ ତାଙ୍କୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ସଂଗୀନ ଅଭିଯୋଗ ବି ଆଣିଥିଲେ । ପୋଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ଅଣଦେଖା କରିବାରୁ ସେ ସିଧା ରାସ୍ତା ମଝିରେ ଯାଇ ବସିପଡିଥିଲେ । ଧୁ ଧୁ ଖରାରେ ସେ ରାସ୍ତାରେ ବସି ବଡ ପାଟିରେ ପୋଲିସ ବିରୋଧରେ ଚିତ୍କାର କରିଥିଲେ । ଯାହାକୁ ନେଇ ବଡ ଅଡୁଆ ପରିସ୍ଥିତିରେ ପଡିଥିଲା ପୋଲିସ । ଯୁବତୀଙ୍କୁ ବୁଝାଇସୁଝାଇ ମୁମ୍ବାଇ ପଠାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.