scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦ୍ୱାଦଶ ପାସ୍ ; ଅଟୋ ଚଲେଇବା ବେଳେ ମିଳିଲା ଆଇଡିଆ, ହୋଇଗଲେ ଷ୍ଟକ୍ ମାର୍କେଟ୍ ଏକ୍ସପର୍ଟ !

23/12/2023 at 5:50 PM

ନୂଆଦିଲ୍ଲୀ 23/12 : ମାୟାନଗରୀ  ମୁମ୍ବାଇକୁ କୁହାଯାଏ ସ୍ୱପ୍ନର ସହର । ଦେଶର ଏହି ଆର୍ଥିକ ରାଜଧାନୀରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନୂଆ ଏବଂ ବଡ ବଡ଼ ସ୍ୱପ୍ନ ନେଇ ଆସନ୍ତି। ଏହି ସହରରେ ସ୍ୱପ୍ନ ପୂରଣ କରିବା ଏତେ ସହଜ ବି ନୁହେଁ।  କିନ୍ତୁ ଏହି ମାୟାନାଗରୀ ବିଷୟରେ ଗୋଟିଏ କଥା ତ ସତ, ଏହି ସହର କାହାକୁ କରେନି ନିରାଶ। ସମସ୍ତଙ୍କୁ ଦେଇଥାଏ ସୁଯୋଗ। ତଥାପି, ଏଠି ନିଜ ସ୍ଥିତି ମଜଭୁତ କରିବାକୁ ଅନେକ ଧର୍ଯ୍ୟର ପରୀକ୍ଷା ଦେବାକୁ ମଧ୍ୟ ପଡିଥାଏ।  ସେହିପରି ଏକ କାହାଣୀ ଜଣେ ଦ୍ୱାଦଶ ପାସ୍ ବ୍ୟକ୍ତିଙ୍କର।  ସେ ହେଲେ ବିଶାଲ ପାଇକରାଓ।  ଯିଏ ଅଟୋ ଚଳାଇ ନିଜର ଗୁଜୁରାଣ ମେଣ୍ଟାନ୍ତି। ଏହାସହ ସେୟାର ବଜାରରେ ନିବେଶ କରୁଥିବା ଲୋକଙ୍କୁ ଦିଅନ୍ତି ପରାମର୍ଶ ।

ପ୍ରତିଦିନ ଷ୍ଟକ୍ ମାର୍କେଟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ହେଉଛି କାରବାର । ବଡ ନିବେଶକମାନେ ସେମାନଙ୍କ ବିଶେଷଜ୍ଞଙ୍କ ପରାମର୍ଶରେ ଟଙ୍କା ଲଗାଇ ବଡ଼ ଧରଣର ଟଙ୍କା ରୋଜଗାର କରନ୍ତି । ସେହି କାମରେ ଏବେ ଏକ୍ସପର୍ଟ ଭିସାଲ୍। ପୁଞ୍ଜି ନିବେଶକାରୀଙ୍କୁ ପରାମର୍ଶ ଦେଇ ଭିଶାଲ ଏବେ ଚର୍ଚ୍ଚାରେ। ଯାହାର କାହାଣୀ ହେଉଛି ଭାଇରାଲ୍।  

ଅନେକ ଲୋକଙ୍କ ପରି ଭିସାଲ୍  ମାୟାନଗରୀରେ ନିଜ ସ୍ୱପ୍ନ ସହ ପହଞ୍ଚିଥିଲେ। ସେ କିଛି ବଡ଼ କରିବାକୁ ଚାହୁଁଥିଲେ। ନିଜ ଦାୟିତ୍ୱ ପାଇଁ ଦ୍ୱାଦଶରୁ ଅଧିକ ପଢ଼ିପାରିଲେ ନାହିଁ।  ପରିବାର ଦାୟିତ୍ୱ ଥିଲା ମୁଣ୍ଡ ଉପରେ। ସେଥିପାଇଁ ସେ ପାଠପଢ଼ା ଛାଡ଼ି  କାମ ଖୋଜିବାକୁ ଲାଗିଲେ। ଏହାରି ମଧ୍ୟରେ  ସେ କୋରିୟର ବୟ କାମ କରିଥିଲେ।  କିନ୍ତୁ ମନରେ ଥିଲା ଭିନ୍ନ କିଛି । ତାପରେ ଅଟୋ ଚଲାଇଲେ। ଏହି ସମୟରେ ବିଶାଲ ଟିଭି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଟ୍ରେଡିଂ  ଶିଖିବା ଆରମ୍ଭ କଲେ।

ପ୍ରତିଦିନ ସକାଳେ ମୁମ୍ବାଇରେ ଅଟୋ ନେଇ ବାହାରି ଯାଆନ୍ତି।  ଯାତ୍ରୀମାନଙ୍କୁ ନେବା ଏବଂ ଛାଡିବା ସମୟରେ, ତାଙ୍କ ଲାପଟପ୍ ଅଟୋରେ ଖୋଲା ରହିଥାଏ ଏବଂ ଯେତେବେଳେ ବି ସେ ସମୟ ପାଆନ୍ତି, ଟ୍ରେଡିଂ କାରବାର ଆରମ୍ଭ କରନ୍ତି । ସେ ତାଙ୍କ ଅଟୋରେ ଟ୍ରେଡିଂ ପୂରା ସେଟଅପ୍ କରି ରଖିଛନ୍ତି। ଭିଶାଲ କେବଳ ନିଜେ ଟ୍ରେଡିଂ କରନ୍ତିନି।  ବରଂ ନିବେଶକମାନଙ୍କୁ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଲାଭଦାୟକ ଟିପ୍ସ ମଧ୍ୟ ଦେଇଥାନ୍ତି। ବିଶାଲ କହିଛନ୍ତି ଯେ ଟ୍ରେଡିଂ ହେତୁ ମୋ ଜୀବନରେ ବହୁତ ପରିବର୍ତ୍ତନ ଆସିଛି। ମୋ ଜୀବନ ସହଜ ହୋଇଯାଇଛି। ଘର ଚଳାଇବା ଅତ୍ୟନ୍ତ କଷ୍ଟକର। ଖାସ୍ କରି  ଅଟୋ ଚଳାଇ ବି ଘର ପୋଷିବା ଖୁବ୍ କଷ୍ଟକର।   ଏହି କାରଣରୁ, ମୁଁ ଦ୍ୱିତୀୟ ଆୟର ଉତ୍ସ ପାଇଁ ଟ୍ରେଡିଂ ଶିଖିଲି । ବର୍ତ୍ତମାନ ମୁଁ ମୋ ଅଟୋରେ ବସି ପ୍ରତିଦିନ ଟ୍ରେଡିଂ କରେ । ଆଉ ଏଥିରୁ ମୋର ଏବେ ଭଲ ରୋଜଗାର।

Also Read-ଆଇପିଏଲ୍‌୧୭ର ଖେଳାଳି ନିଲାମ ; ୨୩୦ କୋଟିରେ କିଣାହେଲେ ୭୨ଖେଳାଳି, ସମୀର ୨୦ବର୍ଷରେ କୋଟିପତି

କୁହନ୍ତି କିଛି କରିବାର ଜୁନୁନ୍ ଥିଲେ ଉପାୟ ଆପେ ଆସେ। ଆଉ ସେହି ଉପାୟ ବାହାର କରି ଏବେ ଢେର୍ ରୋଜଗାର କରି ଟ୍ରେଡିଂ ମାର୍କେଟର ଏକ୍ସପର୍ଟ ହୋଇଛନ୍ତି।

   Related Posts