ମଲ୍ଟିଭାଇଟାମିନ୍, ଆଣ୍ଟି ଡିପ୍ରେସନ୍, ଡ୍ରାଏ ଫ୍ରୁଟ୍ସ ଓ କୁରକୁରେ ବଞ୍ଚାଇଛି ଜୀବନ ...ଟନେଲରେ ଫସିଥିବା ଶ୍ରମିକଙ୍କୁ ଦିଆଯାଉଛି ଏହି ଖାଦ୍ୟ

Published By : Prameya-News7 Bureau | November 20, 2023 IST

ଉତ୍ତରାଖଣ୍ଡ ୨୦/୧୧: ନଭେମ୍ବର ୧୨ । ସାରା ଦେଶ ପାଳୁଥିଲା ଆଲୋକର ପର୍ବ ଦୀପାବଳି । ହେଲେ ଉତ୍ତରପ୍ରଦେଶ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ନିର୍ମିତ ସିଲ୍କସାରା ଟନେଲର ଭୁଶୁଡି ପଡିଥିଲା ଗୋଟିଏ ଅଂଶ । ଏହି କାରଣରୁ, ଏଥିରେ କାର୍ଯ୍ୟ କରୁଥିବା ୪୧ ଜଣ ଶ୍ରମିକ ଫସି ରହିଥିଲେ ସେଠାରେ । ଏହି ଘଟଣା ଜଣାପଡିବା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ ଅନେକ ଏଜେନ୍ସି ।

ଉତ୍ତରପ୍ରଦେଶର ଉତ୍ତରାଖଣ୍ଡରେ ଟନେଲ ଭୁଶୁଡ଼ିବା ଘଟଣା ଏହାରି ଭିତରେ ଗିବିତଗଲାଣି ୯ ଦିନ । ହେଲେ ଏବେ ବି ସେଠାରେ ଫସି ରହିଛନ୍ତି ୪୧ ଶ୍ରମିକ । ଦିନକୁ ଦିନ ତାଙ୍କର ଉଦ୍ଧାର କରିବା ହୋଇପଡିଛି କଷ୍ଟକର । ଉଦ୍ଧାର କାର୍ଯ୍ୟର ଦାୟିତ୍ୱରେ ୫ଟି ଏଜେନ୍ସି ଲାଗି ପଡିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମସ୍ତ ଏଜେନ୍ସିରୁ ସୂଚନା ଲୋଡିଛନ୍ତି।

ଶ୍ରମିକଙ୍କୁ ନିରନ୍ତର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶ୍ରମିକମାନଙ୍କୁ ମଲ୍ଟିଭାଇଟାମିନ୍, ଆଣ୍ଟି-ଡିପ୍ରେସନ୍ ମେଡିସିନ୍ ସହ ଡ୍ରାଏ ଫ୍ରୁଟ୍ସ ସହ କୁରକୁରେ ପଠାଯାଉଛି । ଯାହାଦ୍ୱାରା ଏହି ଶ୍ରମିକମାନେ ଟନେଲରେ ସୁରକ୍ଷିତ ରହିବେ । ଚାରି ଇଞ୍ଚର ପାଇପ୍ ମାଧ୍ୟମରେ ଶ୍ରମିକମାନଙ୍କୁ ଏହି ସବୁ ପଠାଯାଉଛି । ଏହା ବ୍ୟତୀତ ଟନେଲରେ ବିଦ୍ୟୁତ୍ ଚାଲିଛି । ତେଣୁ ସୌଭାଗ୍ୟବଶତଃ ଯେଉଁଠାରେ ଟନେଲରେ ଆଲୋକ ଅଛି ସେହିଠାରେ ଶ୍ରମିକମାନେ ଫସି ରହିଛନ୍ତି । ଏହା ବ୍ୟତୀତ ଏକ ପାଇପଲାଇନ ମଧ୍ୟ ଅଛି, ଯାହା ମାଧ୍ୟମରେ ଶ୍ରମିକମାନେ ମଧ୍ୟ ପାଣି ପାଇଛନ୍ତି ।

ବାସ୍ତବରେ, ଉତ୍ତରପ୍ରଦେଶ ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ସିଲ୍କସାରା ଟନେଲ୍ । କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ଚାରଧାମ' ଅଲ ଓ୍ୱେଦର ସଡକ' ପ୍ରକଳ୍ପର ଏକ ଅଂଶ । ବ୍ରହ୍ମାଖଲ-ଯମୁନେତ୍ରି ଜାତୀୟ ରାଜପଥରେ ନିର୍ମିତ ଏହି ଟନେଲର ଲମ୍ବ ୪.୫ କିଲୋମିଟର । ନଭେମ୍ବର ୧୨ରେ, ଟନେଲର ଏକ ଅଂଶ ଭୁଶୁଡି ପଡିଲା । ଏହି କାରଣରୁ ଶ୍ରମିକମାନେ ଟନେଲ ଭିତରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ୯ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନି ।

ସଡକ, ପରିବହନ ଏବଂ ରାଜପଥ ସଚିବ ଅନୁରାଗ ଜେନା କହିଛନ୍ତି ଯେ ପ୍ରଥମ ଦିନରୁ ଶ୍ରମିକମାନଙ୍କୁ ଆଣ୍ଟି-ଡିପ୍ରେସନ୍ ମେଡିସିନ୍ ସହ ଡ୍ରାଏ ଫ୍ରୁଟ୍ସ ସହ କୁରକୁରେ ପଠାଯାଉଛି। ଟନେଲ ଭିତରେ ଦୁଇ କିଲୋମିଟରରେ ଜଳ ଓ ବିଦ୍ୟୁତ ଅଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଯେଉଁଥିରେ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ପାଞ୍ଚଟି ବିକଳ୍ପ ବିଭିନ୍ନ ଏଜେନ୍ସି ସହ ଆଲୋଚନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.