ଆମେରିକାରେ ଫ୍ରିଡମ୍ ଡେ' ପରେଡରେ ଗୁଳିକାଣ୍ଡ, ୯ ମୃତ, ୫୭ ଆହତ

Published By : Prameya-News7 Bureau | July 04, 2022 IST

ୱାଶିଂଟନ: ଆମେରିକାରେ ପୁଣି ଥରେ ବଡ଼ ଧରଣର ଗୁଳିକାଣ୍ଡ ଘଟଣା ସାମନାକୁ ଆସିଛି । ଆମେରିକାର ସ୍ୱାଧୀନତା ଦିବସରେ ଇଲିନଓ ରାଜ୍ୟର ସିକାଗୋର ହାଇଲ୍ୟାଣ୍ଡ ପାର୍କରେ ଆୟୋଜିତ ସମାରୋହରେ ଫାଏରିଂ ହୋଇଛି । ଏନସିବି ସିକାଗୋ ଡଟ କମ ଅନୁସାରେ ଏହି ଗୁଳିମାଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଲେକ୍ କାଉଣ୍ଟୀ ସେରିଫ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ କହିଛି।

wp:html /wp:html

ପୋଲିସ ସୂଚନା ଅନୁସାରେ ଦୁଇ ଜଣ ବ୍ୟକ୍ତି ଆଖିବୁଜା ଗୁଳି ମାଡ କରିଥିଲେ। ଫ୍ରିଡମ ପରେଡ୍ ସକାଳ ୧୦ରେ ଆରମ୍ଭ ହୋଇଥିଲା କିନ୍ତୁ ଫାଏରିଂ ଯୋଗୁଁ ୧୦ ମିନିଟ ପରେ ପରେଡ୍ ବନ୍ଦ କରାଯାଇଥିଲା। ହାଇଲ୍ୟାଣ୍ଡ ପାର୍କରେ ଆୟୋଜିତ ପରେଡ୍ ଉପରେ ଗୁଳି ମାଡ ହୋଇଥିଲା। ଶୁଟରମାନେ ଏକ ଦୋକାନ ଉପରେ ରହି ସେଠାରୁ ଗୁଳି ଚଳାଇଥିଲେ। ଗତ ବର୍ଷ ମଧ୍ୟ ଫ୍ରିଡମ ପରେଡରେ ଗୁଳିମାଡ ଘଟଣା ଘଟିଥିଲା। ଏଥିରେ ୧୯ ଜଣଙ୍କ ଜୀବନ ଯାଇଥିଲା।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୪ରେ ଆମେରିକା ସ୍ୱାଧୀନତା ଦିବସ ପାଳନ କରିଥାଏ। ଚଳିତ ଥର ଆମେରିକା ୨୪୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.