ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ରାଜଧାନୀରେ ଖୋଲିଲା ବରିଷ୍ଠ ନାଗରିକ ବହୁମୁଖୀ କେନ୍ଦ୍ର ଅାନନ୍ଦ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ୱର ୧/୯ : ରାଜଧାନୀରେ ଖୋଲିଲା ବରିଷ୍ଠ ନାଗରିକ ମାନଙ୍କ ସୁବିଧା ପାଇଁ ବରିଷ୍ଠ ନାଗରିକ ବହୁମୁଖୀ କେନ୍ଦ୍ର ଅାନନ୍ଦ । ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ହେଲ୍ପ ଏଜ ଓ ଟାଟା ଟ୍ରଷ୍ଟ ସହଯୋଗରେ ଏହି ବରିଷ୍ଠ ନାଗରିକ ବହୁମୁଖୀ କେନ୍ଦ୍ରର ଉଦଘାଟନ କରିଛନ୍ତି ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ମ ସାମଲ । ବହୁମୁଖୀ କେନ୍ଦ୍ରରେ ଯୋଗଳ ଧ୍ୟାନ, ବ୍ୟାୟାମ, ଅାଧ୍ୟାତ୍ମିକ ଅଧୀବେଶନ, ଅବସର ବିନୋଦନ, ପାଠାଗାରର ସୁବିଧା ରହିଛି। ମିଳମିଶି ଖୁସି ରହିବା ପାଇଁ ଅାନନ୍ଦ ବହୁମୁଖୀ କେନ୍ଦ୍ର ଆରମ୍ଭ କରାଯାଇଛି । ରାଜଧାନୀରେ ରହୁଥିବା ବରିଷ୍ଠ ନାଗରିକମାନେ ଏହି ବହୁମୁଖୀ କେନ୍ଦ୍ରର ସୁବିଧା ସୁୁଯୋଗ ନେଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.