ଖଚରର ମାଲିକ କିଏ ? ଦୀର୍ଘ ୧୦ଘଣ୍ଟାରୁ ଅଧିକ ସମୟ ଧରି ସୋର ଥାନା ପରିସରରେ ବନ୍ଧା ପଡିଛି

Published By : Prameya-News7 Bureau | June 23, 2022 IST

ସୋର ୨୩: ଥାନାରେ ଖଚର ଅଟକ । ଖଚରର ମାଲିକ କିଏ ? ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ସୋର ଅନନ୍ତପୁର ରାସ୍ତା ପାଖର ଛକ ନିକଟରେ ଖଚରଟି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଆଦର୍ଶ ଗ୍ରୁପର ସମାଜସେବୀ ସଞ୍ଜୟ ଦାସ ସୋର ବଜାରକୁ ଆସୁଥିବା ବେଳେ ରାସ୍ତାରେ ଛିଡା ହୋଇଥିବା ଖଚରକୁ ଦେଖିବାକୁ ପାଇଥିଲେ। ସଞ୍ଜୟ ସେହି ଖଚରକୁ ଆଣି ସୋର ଥାନାରେ ଜିମା ଦେଇଥିଲେ । ଏପର୍ଯ୍ୟନ୍ତ ଖଚରର କୌଣସି ଠିକଣା ମିଳିନଥିବା ବେଳେ ଏହାର ମାଲିକ କିଏ ତାହା ମଧ୍ୟ ଜଣା ପଡିନାହିଁ ।

ଦୀର୍ଘ ୧୦ଘଣ୍ଟାରୁ ଅଧିକ ସମୟ ଧରି ଖଚରଟି ସୋର ଥାନାରେ ଅଟକ ରହିଛି । ତେବେ ସୋର ପୋଲିସ ଖଚରକୁ ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.