ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଯୁଦ୍ଧାସ୍ତ୍ର ସହ ୟୁକ୍ରେନ୍‌କୁ ୬୨୫ ମିଲିୟନ ଆମେରିକୀୟ ଡଲାର ସହାୟତା ଦେଲା ଆମେରିକା

5/10/2022 at 3:55 PM

ୱାଶିଂଟନ: ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ବାରମ୍ବାର ସହାୟତା ଦେବା ଜାରି ରଖିଛି। ଏବେ ପୁଣି ୟୁକ୍ରେନ୍‌କୁ ୬୨୫ ମିଲିୟନ ଆମେରିକୀୟ ଡଲାର ସହାୟତା ଦେବା ସହ କିଛି ଯୁଦ୍ଧାସ୍ତ୍ର ବି ଯୋଗାଇଛି ଆମେରିକା। ଏମିତିକି ହାଇ ମୋବିଲିଟି ଆର୍ଟିଲାରୀ ରକେଟ୍ ସିଷ୍ଟମ(HIMARS) ଲଞ୍ଚର ଦେଇଛି। ଆମେରିକାର ସହାୟତା ଯୁଦ୍ଧକୁ ଆହୁରି ବଢ଼ାଉଛି ବୋଲି ଋଷ ଅଭିଯୋଗ କରିଛି।

ଋଷ କବଳରୁ ଦକ୍ଷିଣ ଓ ପୂର୍ବ ୟୁକ୍ରେନ୍‌କୁ ଛଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ୟୁକ୍ରେନ୍‌। ଏହି ସମୟରେ ଆମେରିକାର ସହଯୋଗ ଋଷ ପାଇଁ ଚନ୍ତାର କାରଣ ପାଲଟିଛି। ଏନେଇ ଆମେରିକା ରାଷ୍ଟ୍ରପତି ମଙ୍ଗଳବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନ୍‌ସ୍କିଙ୍କ ସହ ଆଲୋଚନା ବି କରିଛନ୍ତି। ଉପରାଷ୍ଟ୍ରପତି କମଲା ହେରିସଙ୍କ ସହ ବୈଠକରେ ଆଲୋଚନା କରି ୟୁକ୍ରେନ୍‌କୁ ସହଯୋଗ ଜାରି ରଖିବେ ବୋଲି ବାଇଡେନ୍ କହିଛନ୍ତି। ଋଷର କ୍ରୋଧର ମୁକାବିଲା କରିବା ପାଇଁ ଆମେରିକା ୟୁକ୍ରେନ୍‌କୁ ସହଯୋଗ ଜାରି ରଖିବା ବୋଲି ହ୍ୱାଇଟ୍‌ ହାଉସ୍ ପକ୍ଷରୁ କୁହାଯାଇଛି।

ଜେଲେନସ୍କି କହିଛନ୍ତି ଯେ ତାଙ୍କ ସେନା ଦ୍ରୁତ ଗତିରେ ସେହିସବୁ ଗାଁକୁ ଛଡ଼ାଇ ଆଣୁଛି ଯାହା ଋଷ କବ୍ଜ କରିଥିଲା। ଦୁଇଟି ଯୁଦ୍ଧ କରି ଡଜନରୁ ଅଧିକ ଗାଁକୁ ଋଷ କବଳରୁ ଛଡ଼ାଇ ନିଆଯାଇଛି ବୋଲି ଜେଲେନସ୍କି କହିଛନ୍ତି।

ଆମେରିକା ଯୁଦ୍ଧାସ୍ତ୍ର ଭଣ୍ଡାରରୁ ତୁରନ୍ତ ଅଧିକ ୪ଟି HIMARS , ୩୨ ହାଓତଜର୍ସ, ୭୫ ହଜାର ରାଉଣ୍ଡ ଗୁଳି, ୨୦୦ ମିନି ରେଜିଷ୍ଟାନ୍ସ ଅମ୍ବୁସ ପ୍ରୋଟେକ୍ଟେଡ୍‌(ଏମ୍‌ଆର୍‌ଏପି) ଭେଇକିଲ ଓ କ୍ଲେମମୋର ଆଣ୍ଟ ପର୍ସୋନେଲ୍ ମାଇନ୍ସ ଆଦି ଅସ୍ତ୍ର ତୁରନ୍ତ ସପ୍ଲାଏ କରାଯାଉ ବୋଲି ହ୍ୱାଇଟ୍ ହାଉସ୍ କହିଛି।

   Related Posts