ମୁଲାୟମ ସିଂ ଯାଦବ ଅସୁସ୍ଥ, ICUରେ ଭର୍ତ୍ତି, ଦିଲ୍ଲୀ ଅଭିମୁଖେ ଅଖିଳେଶ ଯାଦବ

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଅସୁସ୍ଥ । ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ୮୨ ବର୍ଷୀୟ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହୁ ନାହିଁ । ଗତ ଜୁନରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଜୁଲାଇମରେ ମୁଲାୟମ ସିଂଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ମୁଲାୟମ ସିଂଙ୍କ ସ୍ୱାସ୍ଥ୍ୟରେ ଅବନତି ଖବର ପରେ ଏସପି ପ୍ରମୁଖ ଅଖିଳେଶ ଯାଦବ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ମୁଲାୟମ ସିଂଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ମଧ୍ୟ ଦିଲ୍ଲୀ ଯାଇପାରନ୍ତି । ସୂଚନା ଅନୁସାରେ ଶିବପାଳ ଯାଦବ ଏବଂ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ପ୍ରତୀକ ଯାଦବ ଦିଲ୍ଲୀରେ ମୁଲାୟମ ସିଂଙ୍କ ପାଖରେ ଅଛନ୍ତି । ଗତ ବର୍ଷ ଜୁଲାଇରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ସେହି ସମୟରେ ତାଙ୍କୁ ମେଦାନ୍ତାରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.